ପାରାଦୀପ: ପାରାଦୀପ ବନ୍ଦରରେ ଅଘଟଣ । ପାରାଦୀପ ଇକୋ କୋଲୋନିଲ ଜାହାଜରେ ଲାଗିଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ନିଆଁକୁ ଆୟତ୍ତ କଲା ସିଆଇଏସଏଫ ର ଅଗ୍ନିଶମ ବିଭାଗ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ପାରାଦୀପ ବନ୍ଦରରେ ଥିବା ଇକୋ କୋଲୋନିଲ ଜାହାଜରେ ନିଆଁ ଲାଗିଯାଇଥିଲା । କୋଇଲା ବୋଝେଇ ଜାହାଜରେ ଲୋଡିଂ ବେଳେ ଏହି ନିଆଁ ଲାଗିଯାଇଥିବା ସୂଚନା ରହିଛି । ଖବରପାଇ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ସିଆଇଏସଏଫ୍ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର କସରତ ପରେ ନିଆଁକୁ ଆୟତ୍ତ କରିଥିଲେ ।
Comments are closed.