ଭୁବନେଶ୍ବର: ଭୁବନେଶ୍ୱରର ଜାଗମରା ସ୍ଥିତ ଫିଟ୍ନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଆଜି ରାତି ୧୦ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛି । ଦୁଇ ମହଲା ବିଶିଷ୍ଟ କୋଠାରେ ରହିଛି ଏହି ଫିଟ୍ନେସ୍ ସେଣ୍ଟର। ଏହାର ପ୍ରବେଶ ପଥରେ ନିଆଁ ଲାଗି ବ୍ୟାପୀ ଯାଇଥିଲା। ଏହା ଭିତରେ କିଛି ଲୋକ ଥିବା କୁହାଯାଉଥିଲା । ପ୍ରଥମେ କୁହାଯାଉଥିବା କିଛି ଲୋକ ଜିମରେ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ର ଟିମ ମୁଖ୍ୟଦ୍ବାର ନିଆଁ ଲିଭାଇବା ପରେ ଦେଖିଥିଲେ କେହି ଲୋକ ନଥିଲେ । ତେଣୁ ଅଗ୍ନିିଶମ ବାହିନୀର କହିବା ଅନୁସାରେ ନିଆଁକୁ ଆୟତ୍ତ କରାଯାଇଛି । ଏହା ବଡ଼ ଧରଣର ଅଗ୍ନିକାଣ୍ଡ ନୁହେଁ । ଜିମ ଭିତରେ କେହି ନଥିବାରୁ ବିଶେଷ କିଛି କ୍ଷତି ହୋଇନାହିଁ । ଉପର ଫ୍ଲୋରେ କିଛି ଲୋକ ଥିଲେ ସେମାନଙ୍କର କିଛି କ୍ଷତି ହୋଇନାହିଁ ।
BREAKING NEWS
- Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି ଅଚଳାବସ୍ଥା…
- Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
- ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
Comments are closed.