Latest Odisha News

BREAKING NEWS

ସଲମାନ ରୁସଦି ଗୋଟିଏ ଆଖି ହରାଇଲେ

ନ୍ୟୁୟର୍କ: ଭାରତରେ ଜନ୍ମିତ ବ୍ରିଟିଶ ଔପନାସିକ ସଲମାନଙ୍କ ରୁସଦି ଏକ ଆଖି ହରାଇଛନ୍ତି । ତାଙ୍କୁ ଆକ୍ରମଣ ପରେ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଏପରି ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।  ଛୁରି ମାଡରେ ତାଙ୍କ ବେକ ଓ ତଳିପେଟରେ ଗଭୀର ଆଘାତ ହୋଇଥିବାରୁ ଗୋଟେ ହାତ ମଧ୍ୟ ଅଚଳ ହୋଇଯାଇଛି ।

ଛୁରାମାଡରେ ତାଙ୍କର ଗୋଟିଏ ଲିଭର କ୍ଷତିଗ୍ରସ୍ତ ହୋଇଛି  । ଅଗଷ୍ଟ 12ରେ ପଶ୍ଚିମ ନ୍ୟୁୟର୍କରେ ସେ ଏକ ସଭାରେ ଉପସ୍ଥିତ ଥିବା ବେଳେ  75 ବର୍ଷିୟ ସଲମାନ ରସଦିଙ୍କୁ ଆକ୍ରମଣ କରାଯାଇଥିଲା ।  ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ସର୍ଜିରି କରିବା ପରେ ଏବେ ତାଙ୍କ ସ୍ବାସ୍ଥ୍ୟର ଉନ୍ନତି ଆସିଛି । ତେବେ ସେ କେତେ ସୁସ୍ଥ ହେଲେଣି ତାହା ଜଣାପଡିନାହିଁ । ଫକ୍ସ ନିଉଜକୁ ତାଙ୍କର ଜଣେ ଏଜେଣ୍ଟ ଏହି ସୂଚନା ଦେଇଛନ୍ତି । ତାଙ୍କର ବିବାଦୀୟ ଲେଖାପାଇଁ ତାଙ୍କୁ ଆକ୍ରମଣ କରାଯାଇଥିଲା ।

Leave A Reply

Your email address will not be published.