ବ୍ରହ୍ମପୁର:ଏମକେସିଜି (MKCG) ମେଡିକାଲ୍ ରୋଗ ନିଦାନ କେନ୍ଦ୍ରରେ ଅଗ୍ନିକାଣ୍ଡ । ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ । ଏସି ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି ।
ଶୀତ ତାପ ନିୟନ୍ତ୍ରିତରୁ ନିର୍ଗତ ଗ୍ୟାସ ନିର୍ଗତ ହୋଇ କିଛି କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳୁଛି । ଖବର ପାଇ ନିଆଁକୁ ଆୟତ୍ତ କରିଛନ୍ତି ଦମକଳ ବାହିନୀ କର୍ମଚାରୀ ।
ସୂଚନାଥାଉକି,ଏହି ଅଗ୍ନିକାଣ୍ଡରେ ବାୟୋ କେମିଷ୍ଟ୍ରୀ ବିଭାଗର ବିଭିନ୍ନ ରସାୟନ ପଦାର୍ଥ ପୋଡ଼ି ପାଉଁଶ ହୋଇଯାଇଛି ।
Comments are closed.