Latest Odisha News

BREAKING NEWS

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ବେଳେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ରୋଷେୟା

କେନ୍ଦ୍ରାପଡା: ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ ପାଚିକାଙ୍କ ସମେତ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ପୌରପାଳିକା ୮ନଂ ୱାର୍ଡ ଅଧିନ ମନକରପୁର ପ୍ରାଥମିକ ବିଦ୍ୟାଳୟରେ । ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କଲା ଅଗ୍ନିଶମବାହିନୀ ।

ମିଲିଥିବା ଖବର ଅନୁସାରେ, ମନକରପୁର ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଚାଲିଥିବାବେଳେ, ଗ୍ୟାସ ଲିକ୍ ହୋଇ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଏହା ଦେଖି ଭୟଭୀତ ହୋଇଯାଇଥିଲେ ପାଚିକା ଓ ଶିକ୍ଷୟତ୍ରୀ । ତୁରନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିସରରୁ ବାହାରକୁ ନିଆୟାଇଥିଲା ।

ଏହାପରେ ଅଗ୍ନିଶମବାହିନୀ କୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବାବେଳେ, ନିଆଁରେ ସ୍କୁଲ ରୋଷେଇ ଘରର ସବୁ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି ।

Leave A Reply

Your email address will not be published.