Latest Odisha News

BREAKING NEWS

ତାଳଚେରରୁ ଜବତ ହେଲା ପ୍ରାୟ ୫ ଲକ୍ଷ ଟଙ୍କାର ବାଣ

ଅନୁଗୁଳ: ଅନୁଗୁଳର ତାଳଚେର ବଜାରରୁ ଜବତ ହୋଇଛି ବିପୁଳ ପିରମାଣର ବାଣ। ସ୍ଥାନୀୟ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ଉପସ୍ଥିତି ରେ ଏହି ବାଣ ଜବତ କରାଯାଇଛି।

ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ଏହି ବାଣ ଜବତ କରିଛି। ଚଢ଼ାଉ ସମୟରେ ଗୋଟିଏ ଟ୍ରକ ଭର୍ତ୍ତି ବାଣ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ହେବ ବୋଲି ସୂଚନା ମିଳିଛି।

ସରକାରଙ୍କ କଟକଣା ସତ୍ତ୍ୱେ ବାଣ ଗଚ୍ଛିତ ରଖିଥିବା ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଜିଲ୍ଲା ପ୍ରଶାସନ।

Leave A Reply

Your email address will not be published.