Latest Odisha News

BREAKING NEWS

ଗୋଟିଏ ଦିନରେ ୩୦ଟି ସିଗାରେଟ୍‌ ଟାଣୁଥିବା ମିଲିନ୍ଦ୍‌‌ ଏବେ ସମସ୍ତଙ୍କ ପାଇଁ ସାଜିଛନ୍ତି ଫିଟ୍‌ନେସ୍‌ କିଙ୍ଗ୍‌

ନୂଆଦିଲ୍ଲୀ: ଅଭିନେତା ମିଲିନ୍ଦ୍‌ ସୋମାନ ତାଙ୍କ ଫିଟନେସ୍‌ ମନ୍ତ୍ର ସାହାଯ୍ୟରେ ୨ ଦଶନ୍ଧିରୁ ଅଧିକ ସମୟ ଧରି ଲୋକଙ୍କୁ ପ୍ରଭାବିତ କରିଛନ୍ତି। ସେ ୫୫ ବର୍ଷ ବୟସରେ ମଧ୍ୟ ଜଣେ ଫିଟନେସ୍ ଆଇକନ୍ ସାଜିଛନ୍ତି। ସେ ଏବେ ଅନେକ ସମୟରେ ନିଜର ଫିଟନେସ୍ ହେତୁ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି ଏବଂ ପ୍ରଶଂସକମାନଙ୍କୁ ମଧ୍ୟ ଫିଟ୍ ରହିବାକୁ ଉତ୍ସାହିତ କରୁଛନ୍ତି। କିନ୍ତୁ ଗୋଟେ ସମୟରେ ମିଲିନ୍ଦ ସୋମାନ୍ ଦିନକୁ ୩୦ସିଗାରେଟ୍ ଟାଣୁଥିଲେ। କିନ୍ତୁ ସେ ନିଜର କଠିନ ପରିଶ୍ରମର ବଳରେ ଖରାପ ଅଭ୍ୟାସଠାରୁ ଦୂରେଇ ଯିବାରେ ସଫଳ ହୋଇଛନ୍ତି।

ମିଲିନ୍ଦ୍‌ ସୋମାନ ୪ ନଭେମ୍ବର ୧୯୬୫ରେ ଜନ୍ମଗ୍ରହଣ କରିଥିଲେ। ମିଲିନ୍ଦ ପୂର୍ବରୁ ଜଣେ ଚେନ୍‌ ସ୍ମୋକର୍‌ ଥିଲେ ଏବଂ ଦିନକୁ ୩୦ ଟି ସିଗାରେଟ୍ ଟାଣୁଥିଲେ। ୨୦୦୪ ମସିହାରେ, ସେ ଧୂମପାନଠାରୁ ସବୁଦିନ ପାଇଁ ଦୂରେଇ ଯାଇଥିଲେ।  ଏହା ପରେ ସେ ତାଙ୍କ ଫିଟନେସ ପ୍ରତି ଅଧିକ ଧ୍ୟାନ ଦେବା ଆରମ୍ଭ କଲେ। ସେ ୬ ବର୍ଷ ବୟସରୁ ପହଁରିବା ଶିଖିଥିଲେ। ସେ ସୁଇମିଙ୍ଗ୍‌ ଚାମ୍ପିଅନ୍‌ ମଧ୍ୟ ଥିଲେ।

ଉଲ୍ଲେଖ ଥାଉ କି ୨୦୧୨ରେ, ମିଲିନ୍ଦ୍‌ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ୧୫୦୦ କିଲୋମିଟର ଦୌଡିଥିଲେ ଏବଂ ଏହାକୁ ୩୦ ଦିନ ମଧ୍ୟରେ ସମାପ୍ତ କରିଥିଲେ। ଯେଉଁଥିପାଇଁ ତାଙ୍କ ନାମ ଲିମ୍‌କା ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା।

Leave A Reply

Your email address will not be published.