Latest Odisha News

BREAKING NEWS

ଘର ଉପରେ ଗଛ ପଡ଼ିଛି କି? ଏହି ନମ୍ୱରରେ କଲ୍ କରନ୍ତୁ…. ସଙ୍ଗେ ସଙ୍ଗେ କଟାଯିବ

ଭୁବନେଶ୍ବର: ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ଦାନା। କାଲି ମଧ୍ୟ ରାତି ଠାରୁ ତାଣ୍ଡବ ରଚିଥିବା ବେଳେ ଆଜି ସକାଳୁ ଧିରେ ଧିରେ ଶାନ୍ତ ହୋଇ ଗଭୀର ଅବପାତ ରୂପ ନେଉଛି। ବାତ୍ୟା ଦାନା ତାଣ୍ଡବ ରଚିବା ପରେ ଏବେ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନିଶମ ବାହିନୀ ପକ୍ଷରୁ ରାସ୍ତାରେ ପଡିଥିବା ଗଛ ସବୁ କଟା ଚାଲିଛି । ୨୪ ଘଣ୍ଟା ମଧ୍ୟରେ ଗଛକଟା ସାରି ରାସ୍ତା ଖୋଲି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି । ଏଥିସହିତ ବାତ୍ୟାର କରାଳ ରୂପରେ ପ୍ରଭାବିତ ହୋଇ ଅନେକଙ୍କ ଘର ମାଡ଼ି ବସିଛି ଗଛ। ଯାହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି। ଯେଉଁ ମାନଙ୍କ ଘର ଉପରେ ଗଛ ପଡି ରହିଛି ସେମାନେ ୧୧୨ କୁ କଲ କରି ଜଣାଇଲେ, ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ପହଞ୍ଚି ଗଛ କାଟି ସଫା କରିଦେବ ବୋଲି କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

ଏଥିସହିତ ସେ ଏହା ବି କହିଛନ୍ତି ଯେ, ବାତ୍ୟା ଦାନା ବିଶେଷ କରି ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରପଡା ଉପରେ ଅଧିକ ପ୍ରଭାବ ପକାଇଥିବା ବେଳେ ଜଗତସିଂହପୁର ଜିଲ୍ଲା ଉପରେ ମଧ୍ୟ ମଧ୍ୟମ ଧରଣର ପ୍ରଭାବ ପଡିଛି । ଏହି ସବୁ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଥିବା ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି ।

Comments are closed.