Latest Odisha News

BREAKING NEWS

ରାଜ୍ୟର ସବୁ କୋଭିଡ୍ ହସପିଟାଲର ଯାଂଚ ହେବ: ଅଗ୍ନିଶମ ଡିଜି

ଭୁବନେଶ୍ୱର: ଅହମ୍ମଦାବାଦର କୋଭିଡ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ଜୀବନ ଚାଲିଯିବା ପରେ ଆମ ରାଜ୍ୟର ବିଭିନ୍ନ କୋଭିଡ୍ ହସପିଟାଲରେ ଥିବା ଅଗ୍ନି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଏଭଳି ସ୍ଥିତିରେ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ସବୁ କୋଭିଡ୍ ହସପିଟାଲରେ ଯାଂଚ ହେବ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ୍ ହସପିଟାଲ ଏବଂ କୋଭିଡ କେୟାର ସେଂଟରର ଫାୟାର ସେଫଟି ବ୍ୟବସ୍ଥା ଯାଂଚ କରିବାକୁ ଆସିଷ୍ଟାଂଟ୍ ଫାୟାର ଅଫିସର ଏବଂ ଡେପୁଟି ଫାୟାର ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ସଂପୃକ୍ତ କୋଭିଡ ହସପିଟାଲ ଏବଂ କୋଭିଡ କେୟାର ସେଂଟରରେ ରୋଗୀଙ୍କ ସୁରକ୍ଷା ପାଇଁ କଣ ବ୍ୟବସ୍ଥା କରାଯାଇଛି ତାର ଯାଂଚ କରିବେ ଅଧିକାରୀ । ଏହାପରେ ଯାହା ବି ସମସ୍ୟା ଥିବା ତାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି ।

Leave A Reply

Your email address will not be published.