Latest Odisha News

‘ପ୍ରକୃତି ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ’

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଆଜି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ କୃଷି ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କୃଷି ମନ୍ତ୍ରୀ କହୁଛନ୍ତି, ଚାଷୀଙ୍କୁ ଅନଲାଇନରେ ପାଠ ପଢାଇଛୁ । ହେଲେ ଗୋଟିଏ ହ୍ୱାଟ୍ସ ଅପ ଗ୍ରୁପରେ ୨୫୦ ଜଣ ସଦସ୍ୟ ରହୁଥିବା ବେଳେ ରାଜ୍ୟର ୯ ଲକ୍ଷ ୨୦ ହଜାର ଚାଷୀଙ୍କୁ କିଭଳି ହ୍ୱାଟ୍ସ ଅପ୍ ଗ୍ରୁପରେ ସାମିଲ କଲେ ।

କୃଷି ବିଭାଗର ଟୁଇଟର ଆକାଉଂଟରେ କୁହା ଯାଉଛି ଯେ, ୨୭ ହଜାର ୨ଶହ ଚାଷୀ ବ୍ୟବହାର କରୁଛନ୍ତି । କିନ୍ତୁ ଏହି ଆକାଉଂଟର ଫଲୋଅର ସଂଖ୍ୟା ୨୨ ହଜାର ୬୦୦ । ଦୁଇ ଦିନି ବର୍ଷ ତଳେ ରାଜ୍ୟ ସରକାର ୬୦ ହଜାର ସ୍ମାର୍ଟଫୋନ୍ ଦେଇଥିଲେ , ସେ ଫୋନ୍ ଅଛି କି ନାହିଁ ଜଣାନାହିଁ । ଚାଷୀଙ୍କ ପାଖରେ ବେଉସା କରିବାକୁ ଟଙ୍କା ନାହିଁ , ସ୍ମାର୍ଟଫୋନରେ ନେଟ୍ ପ୍ୟାକ୍ ପକେଇବେ କେମିତି ।

ସେପଟେ ପିସିସିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ, କଂଗ୍ରେସର ଏହା ଚିରାଚରିତ ଅଭିଯୋଗ । ଓଡିଶାର କୋଭିଡ୍ ନିୟନ୍ତ୍ରଣ ସମଗ୍ର ଦେଶରେ ପ୍ରଶଂସନୀୟ ହେଉଛି । ରାଜ୍ୟରେ ମୃତ୍ୟୁହାର କମାଇବା ସହ ସୁସ୍ଥ ହାର ବଢାଇବାରେ କଂଗ୍ରେସ ସହଯୋଗ ନକରି ଏଭଳି ଅବାସ୍ତବ ଅଭିଯୋଗ ଦୁର୍ଭାଗ୍ୟଜନକ । ପ୍ରକୃତି ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ଥିଲେ ଏଭଳି ଅଭିଯୋଗର ସେ ଉତ୍ତର ଦେଇଥାନ୍ତେ ବୋଲି କହିଛନ୍ତି ଶଶୀଭୂଷଣ ବେହେରା ।

Leave A Reply

Your email address will not be published.