Latest Odisha News

ଦେହରେ ନିଆଁ ଲଗାଇ କରୁଥିଲେ ରିଲ୍ସ, ଜଳିଗଲା ପୂରା ଶରୀର

ନ୍ୟୁୟର୍କ: ଆଜିର ଯୁବପିଢୀଙ୍କୁ ରିଲ୍‌ସ ନିଶା ଘାରିଛି । ସେଥିଲାଗି ସେମାନେ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ ବନାଉଛନ୍ତି । କେବଳ ଶୀଘ୍ର ପ୍ରସିଦ୍ଧ ହେବା ପାଇଁ ସେମାନେ ଏପରି ଷ୍ଟଣ୍ଟ କରୁଛନ୍ତି, ଯାହା ତାଙ୍କୁ ବିପଦରେ ପକାଉଛି । ନିକଟରେ ଆମେରିକାରେ ଜଣେ ଯୁବକ ରିଲ୍ସ କରୁଥିବା ବେଳେ ନିଆଁରେ ତାଙ୍କର ପୁରା ଶରୀର ଜଳିଯାଇଛି ।

୧୬ ବର୍ଷୀୟ ମେସନ ଡ଼ାର୍କ ନାମକ ଜଣେ ଯୁବକ ଆମେରିକାର ଉତ୍ତର କାରୋଲିନାରେ ରୁହନ୍ତି । ସେ ରିଲ୍ସ କରିବାକୁ ବହୁତ ପସନ୍ଦ କରନ୍ତି । ସେଥିଲାଗି ତାଙ୍କର ବହୁତ ଫଲୋଅର୍ସ ଅଛନ୍ତି । ସେ ସବୁବେଳେ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥାନ୍ତି । ଅଧିକାଂଶ ରିଲ୍ସରେ ସେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳେ । ଦିନେ ସେ ନିଜ ରୁମ୍‌ରେ ଦେହରେ ନିଆଁ ଲଗାଇ ରିଲ୍ସ୍ କରୁଥିଲେ । ଅସାବଧାନତା ଯୋଗୁ ନିଆଁ ତାଙ୍କ ଶରୀରରେ ଲାଗିଗଲା । ଲିଭାଇବାକୁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ନିଆଁ ଲିଭି ନ ଥିଲା । ପରେ ଚିତ୍କାର କରିବାକୁ ଆରମ୍ଭ କଲେ ।

ଚିତ୍କାର ଶୁଣି ତାଙ୍କ ବାପା ମାଆ ପହଞ୍ôଚବା ବେଳକୁ ତାଙ୍କ ଶରୀର ୭୫ ପ୍ରତିଶତ ଜଳି ଯାଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ସେ ଗୁରୁତର ଥିବା ଡ଼ାକ୍ତର କହିଛନ୍ତି । ତାଙ୍କର ଏପରି ଅବସ୍ଥା ଦେଖି ଲୋକେ ମତ ଦେଇଛନ୍ତି ଯେ, ଏହା ଆମ ସମସ୍ତଙ୍କ ପାଇଁ ଏକ ଶିକ୍ଷା । ବିଶେଷକରି ଯୁବପିଡୀଙ୍କ ପାଇଁ ।

 

Comments are closed.