Latest Odisha News

BREAKING NEWS

ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ଚେନ୍ନାଇ: ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ରୁ ଅଧିକ ଆହତ ହୋଇଛନ୍ତି । ବୁଧବାର ତାମିଲନାଡ଼ୁର କାଞ୍ଚିପୁରମ ଜିଲ୍ଲାର ଏକ ବାଣ କାରଖାନାରେ ଅଚାନକ ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, କାଞ୍ଚିପୁରମର ବାଣ କାରଖାନାରେ ବିସ୍ଫୋରଣ ଓ ନିଆଁ ଲାଗିବା ଖବର ପାଇ ଦମକଳ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ବାଣ କାରଖାନା ଭିତରୁ ୨୭ ଜଣଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରାଯାଇ ଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.