Latest Odisha News

BREAKING NEWS

୧୦୦ ଫୁଟ ଉଚ୍ଚରେ ଝୁଲନ୍ତା ଶୌଚାଳୟ : ଲୋକଙ୍କ ଚିନ୍ତା ଯିବେ କେମିତି

ଲଣ୍ଡନ: ଏମିତି ଏକ ଶୌଚାଳୟ ଅଛି, ଯାହା ଭୁମିରେ ଉପରେ ନୁହେଁ ବରଂ ନଦୀ ଉପରେ ଝୁଲୁଛି । ଯଦି ତାହାକୁ ୧୦୦ ଫୁଟ ଉଚ୍ଚରେ ଝୁଲୁଥିବାର ଦେଖିବେ ତେବେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ତାଛଡ଼ା ତାକୁ ବ୍ୟବହାର କରିବା ପୂର୍ବରୁ ଯେକେହି ଲୋକଙ୍କୁ ବାରମ୍ବାର ଚିନ୍ତା କରିବାକୁ ପଡ଼ିବ । ସୋସିଆଲ ମିଡ଼ିଆରେ ଏମିତି ଏକ ଝୁଲନ୍ତା ଶୌଚାଳୟର ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି ।

ସାଧାରଣତଃ ଲୋକଙ୍କ ସୁବିଧା ପାଇଁ ଭୁମିରେ ଶୌଚାଳୟ ନିର୍ମାଣ କରାଯାଇଥାଏ । କିନ୍ତୁ ଲଣ୍ଡନରେ ଏକ ଶୌଚାଳୟ ୧୦୦ ଫୁଟ ଉଚ୍ଚରେ ଝୁଲୁଥିବା ଦେଖିବାକୁ ମିଳିଛି । ଆଉ ଏହାକୁ ଯେଉଁମାନେ ଦେଖୁଛନ୍ତି ମନରେ ଗୋଟିଏ ପ୍ରଶ୍ନ- ଏହି ଶୌଚାଳୟକୁ ଯିବେ କେମିତି ? ବାସ୍ତବରେ, ଏହି ଶୈାଚାଳୟକୁ ଏକ ଘରୋଇ କମ୍ପାନୀ କ୍ଲିନିଂ ବ୍ରାଣ୍ଡ ଡୋମେଷ୍ଟୋସ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯେଉଁମାନେ ୩୬୦ ଡିଗ୍ରୀ ପାୱାର ଫୋମ୍ ବିଜ୍ଞାପନ କରୁଛନ୍ତି । ତାଙ୍କର ନୂତନ ଉତ୍ପାଦକୁ ପ୍ରଚାର କରିବା ପାଇଁ ସେ ଥେମ୍‌ସ ନଦୀ ଉପରେ ୧୦୦ ଫୁଟ ଉଚ୍ଚରେ ଏହି ଶୈାଚାଳୟକୁ ଟାଙ୍ଗିଛନ୍ତି । ଯିଏ ଏଠାରେ ଅଭିଜ୍ଞତା ନେବାକୁ ସାହସ ଦେଖାଏ, ସେ ମଧ୍ୟ ସୁନ୍ଦର ଦୃଶ୍ୟ ଦେଖିବା ସହ ପୁରସ୍କାର ମଧ୍ୟ ପାଇଥାଏ । ଆଜିକାଲି ମାର୍କେଟିଂରେ ଏତେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଯେ ପ୍ରତ୍ୟେକ କମ୍ପାନୀ ଏକ ନିଆରା ଢଙ୍ଗରେ ନିଜ ଉତ୍ପାଦକୁ ପ୍ରଚାର କରିବାକୁ ଉଦ୍ୟମ କରୁଛନ୍ତି । ସେହି ମାନସିକତା ଆଧାରରେ ଏପରି ଝୁଲନ୍ତା ଶୌଚାଳୟ କରିବାକୁ ଏହାର ମାର୍କେଟିଂ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି । ଏହା ମାଧ୍ୟମରେ, ସେମାନେ ଲୋକମାନଙ୍କର ସଫେଇ ଅଭିଜ୍ଞତାକୁ ଜାଣିବାକୁ ଚାହୁଁଛନ୍ତି । ଏପରି ବିଜ୍ଞାପନ ପ୍ରଚାର ଦୁନିଆରେ ପ୍ରଥମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Comments are closed.