Latest Odisha News

ପଶ୍ଚିମବଙ୍ଗ ହୁଗଲିର ବିଜେପି ଅଫିସରେ ଅଗ୍ନିକାଣ୍ଡ, ଟିଏମସକୁ ଦାୟୀ କଲା ଦଳ

କୋଲକତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ସ୍ପଷ୍ଟ ବହୁମତ ପାଇ ସରକାର ଗଢ଼ିବାକୁ ଯାଉଛି । ଏହାରି ଭିତରେ ସନ୍ଧ୍ୟା ପ୍ରାୟ ୫ଟା ୩୦ ପାଖାପାଖି ହୁଗଲିର ଆରାମବାଗ ସ୍ଥିତ ବିଜେପି ଅଫିସରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ବିଜେପି ଅଭିଯୋଗ କରିଛି, ନିଆଁ ଟିଏମସି ସମର୍ଥକ ଲଗାଇ ଦେଇଛନ୍ତି ।

ବିଜେପି ନେତା ଅମିତ ମାଲବୀୟ ଟ୍ୱିଟରରେ ହୁଗଲିରେ ହୋଇଥିବା ଅଗ୍ନିକାଣ୍ଡର ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି । ୨୨ ସେକେଣ୍ଡର ଭିଡିଓରେ ବିଜେପି ଅଫିସରେ ଲାଗିଥିବା ଭୟାବହ ନିଆଁ ଦେଖା ଯାଉଛି । ସେ ଟ୍ୱିଟ୍ କରି ଲେଖିଛନ୍ତି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଟିଏମସି ଗୁଣ୍ଡା ଆରାମବାଗରେ ଥିବା ବିଜେପି ଅଫିସ୍ ଜାଳି ଦେଇଛନ୍ତି । କଣ ଆଗାମୀ ୫ ବର୍ଷ ଯାଏ ପଶ୍ଚିମବଙ୍ଗରେ ଏମିତି ସ୍ଥିତି ଦେଇ ବଞ୍ଚିବାକୁ ପଡ଼ିବ ?

ଏହା ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନ ବେଳେ କେତେକ ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା । ଏଥିରେ କିଛି ଲୋକ ମଧ୍ୟ ମୃତ୍ୟୁବରଣ କରିଥିଲେ । ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅନେକ ଥର ହିଂସାତ୍ମକ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ସବୁବେଳେ ଉଭୟ ଉଭୟଙ୍କ ଉପରେ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.