Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୬୫୨୭ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ବଢୁଛି ଚିନ୍ତା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୬୫୨୭ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀ ।

ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୬୧ ଜଣ ଥିବା ବେଳେ, ସୁନ୍ଦରଗଡ଼ରୁ ୬୮୨, କଳାହାଣ୍ଡିରୁ ୬୮୦, ଝାରସୁଗୁଡ଼ାରୁ ୪୪୯, ପୁରୀରୁ ୩୯୪, କଟକରୁ ୩୮୦, ନୂଆପଡ଼ାରୁ ୩୪୨, ବରଗଡ଼ରୁ ୩୧୨, ସମ୍ବଲପୁରରୁ ୨୬୪, ନବରଙ୍ଗପୁରରୁ ୨୪୬, ବଲାଙ୍ଗିରରୁ ୨୩୧, କେନ୍ଦୁଝରରୁ ୧୯୪, ଗଞ୍ଜାମରୁ ୧୫୦, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୨୨, ରାୟଗଡ଼ାରୁ ୯୮, ନୟାଗଡ଼ରୁ ୮୮ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଭଦ୍ରକରୁ ୮୫ ଜଣ ସୁସ୍ଥ ହୋଇଥିବା ବେଳେ, ବାଲେଶ୍ବରରୁ ୭୯, ଗଜପତିରୁ ୭୬, ଗଜପତିରୁ ୭୧, ଅନୁଗୁଳରୁ ୪୯, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ୪୭ ଜଣ ଲେଖାଏଁ, କୋରାପୁଟରୁ ୪୨, କନ୍ଧମାଳରୁ ୩୫,ବୌଦ୍ଧରୁ ୨୯, ମାଲକାନଗିରିରୁ ୨୨, ଢେଙ୍କାନାଳରୁ ୧୬, ସୋନପୁରରୁ ୧୦ ଓ ଷ୍ଟେଟ୍ ପୁଲରୁ ୧୯୩ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ସାରା ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୩ ଲକ୍ଷ ୯୭ ହଜାର ୫୭୫ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.