Latest Odisha News

BREAKING NEWS

ତମାଣ୍ଡୋର ଏକ ଗ୍ୟାରେଜରେ ଅଗ୍ନିକାଣ୍ଡ, ଜଳିଗଲା ୪ଟି ଯାତ୍ରୀବାହୀ ବସ

ଭୁବନେଶ୍ବର: ଦୀପାବଳୀ ସମୟରେ ରାଜଧାନୀରେ ଅଘଟଣ । ଏହି ସମୟରେ ରାଜଧାନୀକୁ କିପରି ସୁରକ୍ଷିତ ରଖାଯାଇପାରିବ ସେନେଇ ବିଭିନ୍ନ ପ୍ରକାର ପ୍ରଚେଷ୍ଟା କରାଯାଉଥିଲେ ମଧ୍ୟ ଆଜି ଏକ ଅଘଟଣ ଘଟିଛି ।  ତମାଣ୍ଡୋର ଏକ ଗ୍ୟାରେଜରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଯାଇଛି ୪ଟି ଯାତ୍ରୀବାହି ବସ୍ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।  ଏହି ଅଘଟଣା ଦେଖିବା

ଭୁବନେଶ୍ୱର ତମାଣ୍ଡୋ ଛକ ନିକଟ ପାତ୍ରପଡାରେ ଥିବା ଏକ ଗ୍ୟାରେଜରେ ଏଭଳି ଅଘଟଣ ଘଟିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନାକ୍ରମେ, ହଠାତ ଗ୍ୟାରେଜରେ ଥିବା ଏକ ବସରେ ନିଆଁ ଲାଗିଥିଲା ଏହାପରେ ଗୋଟିଏରୁ ଆଉ ଗୋଟିଏ ବସକୁ ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇଥିଲା । ଖବରପାଇ ଦମକଳ ବାହିନୀ ପହଞ୍ଚି ବହୁ ସମୟ କସରତ ପରେ ନିଆଁକୁ ଆୟତ୍ତ କରିଛି ।

ତେବେ କେଉଁ କାରଣରୁ ହଠାତ ଗ୍ୟାରେଜରେ ଥିବା ବସ ଗୁଡିକରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ତେବେ ଗ୍ୟାରେଜରେ ଓଲଡିଙ୍ଗ ସମୟରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବାବେଳେ ଆଗାମୀ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ।

Leave A Reply

Your email address will not be published.