Latest Odisha News

BREAKING NEWS

ଖୋର୍ଦ୍ଧା ରୋଡ଼୍ ଷ୍ଟେସନ ପ୍ଲାଟଫର୍ମ ଭିତରେ ଅଗ୍ନିକାଣ୍ଡ

ଜଟଣୀ: ଖୋର୍ଦ୍ଧା ରୋଡ୍‌‌ ଷ୍ଟେସନ ପ୍ଲାଟଫର୍ମରେ ଅଗ୍ନିକାଣ୍ଡ । ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଥିବା ଡାକ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥିବାର ଅନୁମାନ କରାଯାଉଥିବାବେଳେ, ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ିନାହିଁ । ଅଗ୍ନିକାଣ୍ଡ ଯୋଗୁଁ ପୋଷ୍ଟ ଅଫିସରେ ଥିବା କାଗଜପତ୍ର ଏବଂ ଆସବାବ ପତ୍ର ଜଳିପୋଡି ଯାଇଛି ।

ନିଆଁକୁ ଠିକ୍‌‌ ସମୟରେ ଆୟତ୍ତ କରାଯାଇଥିବାରୁ ତାହା ବାହାରକୁ ବ୍ୟାପି ନ ଥିଲା । ଫଳରେ ଏକ ବଡ଼ ଅଘଟଣରୁ ରେଳ ଷ୍ଟେସନ ବର୍ତ୍ତି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

Leave A Reply

Your email address will not be published.