ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଅଫିସ ନିକଟସ୍ଥ ଶାନ୍ତି ହୋଟେଲରେ ଅଗ୍ନକାଣ୍ଡ । ହଠାତ ହୋଟେଲ ଭିତରେ ଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା । ଫଳରେ ଗ୍ରାହକ ଓ ହୋଟେଲ ଷ୍ଟାଫଙ୍କ ଭିତରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଆଜି ସକାଳୁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଗ୍ୟାସ ଟାଙ୍କିରେ କିଭଳି ଏବଂ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ହୋଟେଲର ମାଲିକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ଜଳୁଥିବା ଗ୍ୟାସ ଟାଙ୍କିକୁ କୌଣସି ପ୍ରକାରେ ବାହାରକୁ ନେଇ ଆସିଥିଲେ । ଫଳରେ ଏକ ବଡ ଦୁର୍ଘଟଣାକୁ ଅଟକାଇ ଦିଆଯାଇଥିଲା । ପରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
Comments are closed.