Latest Odisha News

BREAKING NEWS

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ : ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଗଲେ ଯୁବକ

ତାଳଚେର: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ  । ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଲେ ଯୁବକ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଗୁରୁଜାଙ୍ଗ ଗାଁରେ । ମୃତ ଯୁବକ ହେଉଛନ୍ତି ଆଶିଷ କୁମାର ସାହୁ ବୋଲି ଜଣାପଡିଛି  । ଆଶିଷ ଛୋଟ ବେଳୁ ତାଙ୍କ ମାମୁଁ ଙ୍କ ଘରେ ତାଳଚେର କଙ୍କିଳୀ ଗାଁରେ ରହୁଥିଲେ । ସେ  ଏକ ପ୍ରାଇଭେଟ୍ ଗାଡ଼ି ଫାଇନାନ୍ସ କମ୍ପାନୀରେ ନିଯୁକ୍ତ ଥିଲେ।

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଭୋର୍ ସକାଳୁ  ବୋଇତ ବନ୍ଦାଣ ପାଇଁ ନଦୀକୁ ଯାଇଥିବା ବେଳେ ପାଣି ରେ ବୁଡି ଯାଇଥିଲେ । ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ତାଳଚେର ଚିକିତ୍ସାଳୟକୁ ତାଙ୍କୁ ଉଦ୍ଧାର କରି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଏହି ଖବର ପ୍ରଚାର ହେବା ପରେ ଗାଁରେ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.