Latest Odisha News

କୁଏତ ଅଗ୍ନିକାଣ୍ଡରେ ଭାରତୀୟଙ୍କ ମୃତ୍ୟୁ ଘଟଣା, କେରଳରେ ପହଞ୍ଚିଲା ୪୫ ମୃତଦେହ

ନୂଆଦିଲ୍ଲୀ: କୁଏତ ଅଗ୍ନିକାଣ୍ଡରେ ୪୫ ଭାରତୀୟଙ୍କ ମୃତ୍ୟୁ ଘଟଣା। ୪୫ ଭାରତୀୟଙ୍କ ମୃତଦେହ ଧରି କେରଳ ପହଞ୍ଚିଲା ବାୟୁସେନା ବିମାନ। କେରଳ କୋଚିନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ମୃତଦେହ। ବୁଧବାର ଏକ ୬ ମହଲା କୋଠାରେ ନିଆଁଲାଗି ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା। କୁଏତରେ ମୃତକଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ରହିଛନ୍ତି। ସମସ୍ତେ ଶ୍ରମିକ ଭାବେ ସେଠାରେ କାମ କରୁଥିଲେ ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦.୩୦ ସମୟରେ କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି ମୃତଦେହ ନେଇ ଆସିଥିବା ବାୟୁସେନା ବିମାନ। ଏଥିପାଇଁ କେରଳ ବିମାନବନ୍ଦରରେ ଅନେକ ଗୁଡିଏ ଆମ୍ବୁଲାନ୍ସ ଅପେକ୍ଷାରେ ରହିଥିଲା। ଏନେଇ କେନ୍ଦ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ ସ୍ପଷ୍ଟ କରିଛନ୍ତି।

ସୂଚନା ଥାଉକି, ବୁଧବାର ରାତିରେ କୁଏତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏକ ଛଅ ମହଲା କୋଠାରେ ନିଆଁ ଲାଗିଯିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪୫ ଜଣ ଭାରତୀୟ ଥିବାବେଳେ ସର୍ବାଧିକ କେରଳର ଲୋକ ଥିଲେ। ସମସ୍ତ ମୃତକମାନଙ୍କ ବୟସ ୨୦ରୁ ୫୦ ବର୍ଷ ହେବ ବୋଲି କୁହାଯାଉଛି। ସମସ୍ତେ ଶୋଇଥିବା ସମୟରେ ରୋଷେଇ ଘରୁ ନିଆଁ ଲାଗି ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା।

Leave A Reply

Your email address will not be published.