Latest Odisha News

ଲିଭୁନି ପର୍ବତର ନିଆଁ; କ’ଣ ରହିଛି ରହସ୍ୟ

ପାହାଡ଼ରୁ ଉଠୁଛି ନିଆଁ । ଦିନ ରାତି ଜଳୁଛି । ଲିଭିବାର ନାଁ ଧରୁନି । ଏହି ନିଆଁକୁ କୁହାଯାଉଛି ଯାନର ଡାଗ ବା ଜଳୁଥିବା ଥିବା ପାହାଡ। ବିଚିତ୍ର ଏ ବିଶ୍ୱ । ଅନେକ ଅବିଶ୍ୱାସନୀୟ ଜିନିଷ ଏଇ ପୃଥିବୀରେ ଭରି ରହିଛି । ସୋସିଆଲ ମିଡ଼ିଆ ଯୋଗୁ ଏହି ଅଜବ ଜିନିଷ ଆଜି ସମସ୍ତଙ୍କ ସାମ୍ନାକୁ ଆସି ପାରୁଛି । ଯେମିତି ଏହି ପାହାଡ ତଳର ନିଆଁ ।

ଏହି ଭିଡ଼ିଓଟିକୁ ଇନଷ୍ଟାଗ୍ରାମରେ ଜଣେ ଟ୍ରାଭେଲ ବ୍ଲଗର୍ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଏହା ଆଜେରବାଇଜାନ ପର୍ବତର ନିଆଁ। ଏହାକୁ ‘ଅଗ୍ନି ଦେଶ’ କୁହାଯାଇଥାଏ । ସୋସିଆଲ ମିଡିଆରେ ଏହି ନିଆଁକୁ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଭିଡିଓରେ ଏକ ଛୋଟ ପାହାଡ ରହିଛି  ଯାହା ଲଗାତାର ଭାବରେ ଜଳୁଛି ।

କେବେଠାରୁ ଜଳୁଛି ଏହି ନିଆଁ ଆରମ୍ଭ ?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ନିଆଁ ଆପେ ଆପେ ଲାଗିଥାଏ । ଏଥି ମଧ୍ୟରୁ ସବୁଠାରୁ ବିପଜ୍ଜନକ ହେଉଛି ବାକୁ ନିକଟ ଅବଶେରନ୍ ଉପଦ୍ୱୀପରେ ଅବସ୍ଥିତ ‘ୟାନାର୍ ଡଗ୍’  । ସ୍ଥାନୀୟ ଭାଷାରେ ଏହାର ଅର୍ଥ ହେଉଛି ପର୍ବତ ହେଉଛି ଜଳୁଥିବା ପର୍ବତ । ଏହି ରିପୋର୍ଟରେ ଏଲିଭା ରାହିଲା ନାମକ ଜଣେ ଟୁର୍ ଗାଇଡ୍ କହିଛନ୍ତି ଯେ ଏହି ନିଆଁ ପ୍ରାୟ ୪୦୦୦ ବର୍ଷ ଧରି ଜଳୁଛି। ତେବେ ଏହାର ସତ୍ୟତା ନେଇ ସମସ୍ତେ ଦ୍ବନ୍ଦ୍ବରେ ।

ଆଜେରବାଇଜାନର ଅନେକ ସ୍ଥାନରେ ଏଭଳି ଅଗ୍ନିକାଣ୍ଡ ଦେଖିବାକୁ ମିଳୁଛି। ଏଥିପାଇଁ ଅନେକ ବୈାଜ୍ଞାନିକ କାରଣ ମଧ୍ୟ ଦିଆଯାଇଛି । ଏହି ରହସ୍ୟମୟ ଅଗ୍ନିକାଣ୍ଡ ପାଇଁ  ଏହି ଦେଶକୁ ଲ୍ୟାଣ୍ଡ ଅଫ୍ ଫାୟାର ଆଖ୍ୟା ଦେଇଛି । ଯାହାକୁ ତୁଷାର କିମ୍ବା ପ୍ରବଳ ବର୍ଷା ଲିଭାଇ ପାରିବ ନାହିଁ । ଏହି ସମୟରେ ଏହାର ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହା କିପରି ହୋଇପାରେ ସେନେଇ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.