Latest Odisha News

BREAKING NEWS

ଜମି ବିକ୍ରି ଏବଂ ଅଧିଗ୍ରହଣ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅନୁଗୋଳ : ଚାଷୀ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାର ୯୨ଟି ରାଜସ୍ବ ଗ୍ରାମରୁ ଚକବନ୍ଦୀ ରେକର୍ଡ ଉଚ୍ଛେଦ କରିବା ସହିତ ଜମି ବିକ୍ରି କରିବା ଏବଂ ଅଧିଗ୍ରହଣ ସ୍ଥଗିତ ରଖିବା ନେଇ ଦାବି କରି ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ ।

ଚାଷୀ ମାନଙ୍କ କହିବା ଅନୁଯାୟୀ ୧୪ ମାସ ତଳେ ଜିଲ୍ଲାରେ ୯୨ ଗ୍ରାମକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ହୋଇଥିଲା । ଏଥିରେ ଚାଷୀ ମାନଙ୍କ ବିଷୟରେ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ।  ହେଲେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ୯୨ ଗ୍ରାମର ପ୍ରାୟ ୩୦୦୦ହଜାର ଲୋକ ଆନ୍ଦୋଳନ କରିଛନ୍ତି । ଯଦି ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ସେମାନେ ଦିବାରାତ୍ର ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.