Latest Odisha News

BREAKING NEWS

ଗୋଆ ଅଗ୍ନିକାଣ୍ଡ ପରେ ଚେତିଲା ଓଡ଼ିଶା ; ସମସ୍ତ କ୍ଲବ୍‌,ପବ୍‌ରେ ଫାୟାର ସେଫ୍ଟି ସିକ୍ୟୁରିଟି ଯାଞ୍ଚ କରିବାକୁ ନିର୍ଦ୍ଦେଶ…

ଭୁବନେଶ୍ବର: ଗୋଆ ନାଇଟ୍‌ କ୍ଲବ ‘ବର୍ଚ ବାଇ ରୋମିଓ ଲେନ୍‌ ‘ରେ ଅଗ୍ନିକାଣ୍ଡ ଘଟଣାରେ ୨୫ ଜଣଙ୍କ ଜୀବନ ଚାଲିଯାଇଛି । ଏହାପରେ ସଜାଗ ହୋଇଛି ଓଡିଶା । ଗୋଆ ନାଇଟ୍‌ କ୍ଲବ୍‌ ଦୁର୍ଘଟଣା ପରେ ଓଡ଼ିଶା ଅଗ୍ନିଶମ ବାହିନୀ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ କ୍ଲବ, ପବ୍‌ରେ ଫାୟାର ସେଫ୍ଟି ସିକ୍ୟୁରିଟି ଯାଞ୍ଚ କରିବାକୁ ଅଗ୍ନିଶମ ଡିଜି ସୁଧାଂସୁ ଷଢ଼ଙ୍ଗୀ ସୋମବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏପରିକି ୧୦୦ଜଣ କ୍ଷମତା ବିଶିଷ୍ଟ ରେସ୍ତୋରାଁ ମଧ୍ୟ ଚେକିଂ କରିବାକୁ ଅଗ୍ନିଶମ ଡିଜ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ଗୋଆର ନାଇଟ୍ କ୍ଲବରେ ଘଟିଥିବା ଏହି ଘଟଣା ପରେ ଗୋଆ ପୋଲିସ ନାଇଟ୍ କ୍ଲବର ଜେନେରାଲ ମ୍ୟାନେଜର ଏବଂ ତିନି ଜଣ କର୍ମଚାରୀଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି। ତଦନ୍ତରେ ସରକାରୀ ଅଧିକାରୀଙ୍କ ଅବହେଳା ଏବଂ ନିୟମ ପାଳନରେ ଅନିୟମିତତା ମଧ୍ୟ ପ୍ରକାଶ ପାଇଛି। ପୋଲିସ ସମସ୍ତ ଦିଗର ତଦନ୍ତ କରୁଛି ଏବଂ ଖୁବ୍ ଶୀଘ୍ର ସେମାନଙ୍କର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିପାରେ।

Leave A Reply

Your email address will not be published.