Latest Odisha News

BREAKING NEWS

ହଂକଂରେ ୧୬ ଜାହଜ ଜଳିଗଲା, କାରଣ ଅସ୍ପଷ୍ଟ

ହଂକଂ: ହଂକଂ ହାଇଫୁନ ଶେଲ୍ଟରରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ୧୬ ଜାହଜରେ ହଠାତ୍ ନିଆଁ ଲାଗି ଯାଇଥିଲା । ୧୦ଟି ଜାହଜ ବୁଡି ଯାଇଥିବା ବେଳେ ଅନ୍ୟଗୁଡିକୁ ଫାୟାରବ୍ରିଗେଡ କାବୁ କରି ନେଇଥିଲେ । କେଉଁ କାରଣ ନେଇ ଏଥିରେ ନିଆଁ ଲାଗିଲା ତାହା ଏବେ ବି ଅସ୍ପଷ୍ଟ ରହିଛି ।

ଜାହଜରେ ଥିବା ୩୫ ଲୋକଙ୍କୁ ସୁରକ୍ଷିତ ବାହାର କରି ନିଆଯାଇଥିଲା । କାହାର ଜୀବନ ଯାଇ ନ ଥିଲେ ମଧ୍ୟ ଜଣେ ବ୍ୟକ୍ତି ଗୁରୁତର ଅଛନ୍ତି । ଏହି ନିଆଁକୁ କାବୁ କରିବା ପାଇଁ ଫାୟାରବ୍ରିଗେଡର ୧୧ ଫାୟାର ବୋଟ ଓ ୮ ଜେଟ ବ୍ୟବହାର କରାଯାଇଥିଲା । ୬ ଘଂଟା କଠିନ ପରିଶ୍ରମ ପରେ ଏହାକୁ ନିୟନ୍ତ୍ରଣକୁ ଅଣା ଯାଇ ପାରିଥିଲା ।

Leave A Reply

Your email address will not be published.