Latest Odisha News

BREAKING NEWS

ଲୋ କାର୍ବ ଡାଏଟ୍‌ କଣ? ଜାଣନ୍ତୁ ଏଥିରେ କେଉଁସବୁ ଖାଦ୍ୟ ଗ୍ରହଣ କରାଯାଏ

ନୂଆଦିଲ୍ଲୀ: ସମ୍ପ୍ରତି ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଡାଏଟ୍ ଆପଣଉଛନ୍ତି। ଏଥି ମଧ୍ୟରେ ଆଟକିନ୍ସ ଡାଏଟ୍, କିଟୋ ଡାଏଟ୍, ଡ୍ୟାସ୍ ଡାଏଟ୍, ଜୋନ୍ ଡାଏଟ୍ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହା ସହିତ, ଲୋ କାର୍ବ ଡାଏଟ୍ ମଧ୍ୟ ଓଜନ ହ୍ରାସ ପାଇଁ ଟ୍ରେଣ୍ଡରେ ରହିଛି। ଏଥିରେ, ବ୍ୟକ୍ତି ଖାଦ୍ୟରେ କାର୍ବୋହାଇଡ୍ରେଟ୍ ସମୃଦ୍ଧ ଜିନିଷ ଅନ୍ତର୍ଭୂକ୍ତ କରେ ନାହିଁ। ଏହାର ପ୍ରତିବଦଳରେ, ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବି ଏବଂ ପନିପରିବା ଭଳି ଖାଦ୍ୟ ଗ୍ରହଣ କରିଥାଏ।

ଏହି ଡାଏଟ୍ ଅନୁସରଣ କରିବା ଦ୍ବାରା ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଯଦି ଆପଣ ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ଲୋ କାର୍ବ ଡାଏଟ୍ ଅନୁସରଣ କରନ୍ତୁ।ଲୋ କାର୍ବ ଡାଏଟରେ କ’ଣ ଖାଇବା ଉଚିତ ଏବଂ କ’ଣ ନୁହେଁ ଆସନ୍ତୁ ଜାଣିବା

ସୁସ୍ଥ ରହିବା ପାଇଁ ଶରୀରରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଆବଶ୍ୟକ। ଏହି ପୋଷକ ତତ୍ତ୍ୱ ମଧ୍ୟରୁ ଶରୀର ସଠିକ୍ ଏବଂ ସନ୍ତୁଳିତ ଭାବରେ କାର୍ଯ୍ୟ କରିବା ପାଇଁ କାର୍ବୋହାଇଡ୍ରେଟ୍ ଆବଶ୍ୟକ। ଏହା ଦୈନନ୍ଦିନ ଜୀବନରେ ଶରୀରକୁ ଶକ୍ତି ଯୋଗାଇଥାଏ। ଦୀର୍ଘ ସମୟ ଧରି କାର୍ବ ଜମା ହେତୁ ଏହା ଚର୍ବିରେ ପରିଣତ ହୁଏ। ଏହା ମୋଟାପଣର ସମସ୍ୟାକୁ ବଢାଇଥାଏ।

କଣ ଖାଇବା ଉଚିତ୍

ଦୈନିକ ଜାଗରଣରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯଦି ଆପଣ ଏହି ଡାଏଟ୍‌କୁ ଅନୁସରଣ କରୁଛନ୍ତି ତେବେ ମଟନ ଏବଂ ଚିକେନ୍ ଖାଇପାରିବେ। ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ମିଳିଥାଏ। ଏହାକୁ ସେବନ କରିବା ଦ୍ବାରା ଭୋକ ମଧ୍ୟ କମ୍‌ ହୋଇଥାଏ।

ମାଛ ଏବଂ ସାମୁଦ୍ରିକ ଖାଦ୍ୟ ଏଥିପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଏଥିରୁ ଓମେଗା-୩ ଫ୍ୟାଟି ଏସିଡ୍ ରହିଥାଏ।

ଅଣ୍ଡା ମଧ୍ୟ ଏଥିପାଇଁ ଫଳପ୍ରଦ ହୋଇପାରେ। ସିଝା ଅଣ୍ଡା, ଓମେଲେଟ୍ ଏବଂ ଅଣ୍ଡା ତରକାରୀକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ। ଅଣ୍ଡାକୁ ପ୍ରୋଟିନର ମୁଖ୍ୟ ଉତ୍ସ ଭାବରେ ବିବେଚନା କରାଯାଏ।

ନିୟମିତ ସବୁଜ ପନିପରିବା ଖାଆନ୍ତୁ। ଏଥିରେ ବନ୍ଧାକୋବି, ଫୁଲକୋବି, ବ୍ରୋକୋଲି, ଛତୁ, ପିଆଜ ଏବଂ ଟମାଟୋ ଖାଦ୍ୟରେ ଖାଇ ପାରିବେ। ଏଥିରେ କାର୍ବ କମ୍‌ ରହିଥାଏ।

ଦୁଗ୍ଧଜାତ ଦ୍ରବ୍ୟ ସେବନ ମଧ୍ୟ ଶରୀର ପାଇଁ ଭଲ ହୋଇଥାଏ। ଏଥିରେ ଦହି, କ୍ଷୀର, ପନିର ଏବଂ କ୍ରିମ୍‌କୁ ସାମିଲ୍‌ କରିପାରିବେ। କିନ୍ତୁ ଚିନି ସେବନଠୁ ଯେତେ‌ ସମ୍ଭବ ଦୂରେଇ ରୁହନ୍ତୁ।

ବାଦାମ, କାଜୁ ଇତ୍ୟାଦି ଖାଦ୍ୟରେ ନେଇପାରିବେ।

ଏଥି ସହିତ ଫଳ ମଧ୍ୟରେ, ଆପଲ, କମଳା ଏବଂ ଷ୍ଟ୍ରବେରି ଫଳଗୁଡିକରେ ଖାଇ ପାରିବେ।

କଣ ଖାଇବେନି

ଏହି ଡାଏଟ୍‌ କରୁଥିବା ଲୋକଙ୍କ ପାଇଁ ଗହମ, ଯଅ, ଚାଉଳ, ବ୍ରେଡ୍‌, ପାସ୍ତା, ଆଳୁ ଏବଂ ବିନ୍‌ସ, ସିତାଫଳ, ମିଠା ଆଳୁ ଏବଂ ଚିନିରୁ ଦୂରେଇ ରହିବା ଭଲ।

Leave A Reply

Your email address will not be published.