Latest Odisha News

BREAKING NEWS

ସରକାରଙ୍କ ଦାବି, ଆୟତ୍ତରେ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ

ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଉଦ୍ୟାନକୁ କେନ୍ଦ୍ରୀୟ ଟିମ୍ ଯାଇଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଥିବା ନେଇ ଗୁରୁବାର ଦିନ ଓଡିଶା ସରକାର ଦାବି କରିଛନ୍ତି।

ଜଙ୍ଗଲରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ନେଇ ଏକ ବିଜ୍ଞପ୍ତିରେ ବନ ବିଭାଗର ପ୍ରିନସିପାଲ୍ ଚିଫ୍ କନଜରଭେଟର (ପିସିସିଏଫ୍) କହିଛି। ସୂଚନା ଅନୁଯାୟୀ ସାଟେଲାଇଟ ଚିତ୍ର ଆଧାରରେ ଗତ ବୁଧବାର ଦିନ ରାଜ୍ୟର ୪୯୭ଟି ସ୍ଥାନରେ ନିଆଁ ଜଳୁଥିବାବେଳେ ଆଜି ୧୦୪୮ଟି ସ୍ଥାନରେ ନିଆଁ ଜଳୁଛି। ତେବେ ଗତ ଦୁଇ ଦିନ ମଧ୍ୟରେ ୨୪-୨୫ଟି ଫାୟାର ପଏଣ୍ଟ ବଦଳରେ ଆଜି ମାତ୍ର ୫ଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ ହୋଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୩ ଦିନ ମଧ୍ୟରେ ମୟୂରଭଞ୍ଜ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ଯାହା ଫଳରେ ଜଙ୍ଗଲରେ ନିଆଁ କମିବା ନେଇ ଏକ ସକରାତ୍ମକ ସମ୍ଭାବନା ରହିଛି।

Comments are closed.