Latest Odisha News

BREAKING NEWS

ଚୋରା ବନ୍ଧୁକ ଚାଲାଣ କାରବାର: ରାଜଧାନୀରେ ୩ଟି ପିସ୍ତଲ ସହ ଜଣେ ଗିରଫ

ଭୁବନେଶ୍ୱର : କମିଶନରେଟ୍ ପୋଲିସ ବୁଧବାର ଦିନ ଚୋରା ବନ୍ଧୁକ ଚାଲାଣ କାରବାରରେ ସମ୍ପୃକ୍ତି ନେଇ ଜଣଙ୍କୁ ଗିରଫ କରିବା ସହ ୩ଟି ଦେଶୀ ବନ୍ଧୁକ ଜବତ କରିଛି ।

ମିଳିଥିବା ସୂଚନାନୁଯାୟୀ ବେଆଇନ୍ ବନ୍ଧୁକ ନିର୍ମାଣ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ତା’ ନିକଟରୁ ୩ଟି ଦେଶୀ ବନ୍ଧୁକ, ମାଗାଜିନ୍ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରିଛି ।

ତେବେ ସମ୍ପୃକ୍ତ ଅଭିଯୁକ୍ତର ପରିଚୟ ସ୍ପଷ୍ଟ ହୋଇନଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.