Latest Odisha News

BREAKING NEWS

କଟକରେ ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ, ପାଳିତ ହେବ କାଳୀ ପୂଜା

କଟକ: କଟକରେ ବ୍ରିକି ହୋଇପାରିବ ବାଣ । ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ । ଦିପାବଳୀ ପାଇଁ ବାଣ ବିକ୍ରି କରିପାରିବେ ଦୋକାନୀ । ଏଥିପାଇଁ ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ନେବାକୁ ହେବ । ଲାଇସେନ୍ସ ନେବା ପରେ ବ୍ୟବସାୟୀମାନେ ବାଣ ଦୋକାନ ଖୋଲିପାରିବେ ଡିସିପି କହିଛନ୍ତି ।ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି ।

ସିଲଭର ସିଟିରେ କୋଭିଡ୍ କଟକଣା ମଧ୍ୟରେ ଯେଉଁଭଳି ଦଶହରା ପାଳିତ ହୋଇଥିଲା ସେଭଳି ଭାବେ କାଳୀପୂଜା ମଧ୍ୟ କରାଯିବ । ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇ ବିସର୍ଜନ କରାଯିବ । ସୁରକ୍ଷା ଦୃଷ୍ଟିରୁ ସହରରେ କାଳୀ ପୂଜା ସମୟରେ ୧୫ ପ୍ଲାଟୁନ ଫୋର୍ସ ଓ ୫୦ ଅଧିକାରୀଙ୍କୁ ମୁତୟନ କରାଯିବ । ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି ।

Comments are closed.