Latest Odisha News

BREAKING NEWS

ଚୀନର ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ତ, ୧୩ଛାତ୍ରଙ୍କ ସମେତ ୨୧ଜୀବନ୍ତ ଦଗ୍ଧ

ବେଜିଂ: ଚୀନରେ ଦୁଇଟି ପୃଥକ ଅଗ୍ନିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ର ମଧ୍ୟ ଅଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ ହେନାନ ପ୍ରଦେଶର ୟାନଶାନପୁରେ ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ୱିତ ରାତି ପ୍ରାୟ ୧୧ଟା ସମୟରେ ୟଙ୍ଗକାଇ ସ୍କୁଲରେ ଅଗ୍ନିକାଣ୍ଡ ଘଟିଥଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଗ୍ନିଶମ ବିଭାଗର ସୂଚନା ଅନୁସାରେ ଉଦ୍ଧାରକାରୀ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି।

ସେହିପରି ଅନ୍ୟ ଏକ ଦୁର୍ଘଟଣା ଆଜି ପୂର୍ବ ଚୀନ୍‌ର ଜିଆଙ୍ଗସୁ ପ୍ରଦେଶର ଚାଙ୍ଗଜୋ ସହରରେ ଘଟିଛି। ଏକ ଉତ୍ପାଦନ କର୍ମଶାଳାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଯାୟୀ, ଦୁର୍ଘଟଣାରେ ଆଉ ଆଠ ଜଣ ସାମାନ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ତେବେ ଅଗ୍ନିକାଣ୍ତର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାର ତଦନ୍ତ ଚାଲିଛି।

Leave A Reply

Your email address will not be published.