Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ଚର୍ଚ୍ଚାରେ ରହିଛି ଗୋଆର ଏକ ବିବାହ

ପାଣାଜି: ବିବାହ ଏକ ଶୁଭକାର୍ଯ୍ୟ । ଏଥିପାଇଁ ବିବାହ ରୀତି ନୀତିକୁ ଭଲରେ ଭଲରେ କରିବା ପାଇଁ ଅନେକ ନିୟମ ରହିଛି । ତେବେ ଗୋଆର ଏକ ବିବାହ ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ପାରମ୍ପାରିକ ରୀତିନୀତିକୁ ପସନ୍ଦ କରୁଥିବା ସମାଜ ମଧ୍ୟ ଏହି ବିବାହ ନେଇ ଦ୍ୱନ୍ଦ୍ୱରେ ରହିଛି । ଯେଉଁ ଭଳି ଢ଼ଙ୍ଗରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଗଲା ତାହା ନିଆରା ଥିଲା, ଏଥିରେ କିଛି ଭୁଲ ନ ଥିଲା । ବାସ୍କୋର ଫ୍ରଥମେଶ ଡିଚୋଲକର ଏକ ଚିକିତ୍ସା ଅଧିକାରୀ ଅଟନ୍ତି । ସେ ପଶୁ ଚିକିତ୍ସକ ଗୌତମୀ ନାଇକଙ୍କୁ ବିବାହ କରିଥିଲେ । ବିବାହରେ କନ୍ୟାର ବିଧବା ମାଆ ସମସ୍ତ କାର୍ଯ୍ୟ ତୁଲାଇଥିଲେ । ପ୍ରାୟତଃ ଶୁଭ କାର୍ଯ୍ୟରେ ବିଧବାମାନଙ୍କୁ ଦୁରେଇ ରଖା ଯାଇଥାଏ ।

କରୋନା ମହାମାରୀରେ ଗୌତମୀଙ୍କ ବାପା ତଥା ପ୍ରସିଦ୍ଧ ସଙ୍ଗୀକାର ପଣ୍ଡିତ ଯୋଗରାଜ ନାଇକଙ୍କ ପରଲୋକ ହୋଇଥିଲା । ଗୌତମୀ ତାଙ୍କ ମାଆ ଉଷା ନାଇକଙ୍କୁ ବହୁତ ଭଲ ପାଆନ୍ତି । ବାପା ଯଦି ନାହାନ୍ତି ତେବେ ମାଆ କନ୍ୟାଦାନ କରିବେ ବୋଲି ସେ ଜିଦ ଧରିଥିଲେ । ଉଷା ରେଡିଓରେ ଆରଜେ ଅଛନ୍ତି । ସେ ମଧ୍ୟ ଗୌତମୀଙ୍କୁ ପ୍ରଥମେ ଏ ନେଇ ମନା କରିଥିଲେ । ମାଆ ପୁଣି ଅଶୁଭ ! ମୋତେ ମାଆ ହଁ ବିବାହ କରାଇବେ । ଏହା ପରେ ସେ ମୁମ୍ବାଇରୁ ୨ଜଣ ମହିଳା ପୂରୋହିତ ଆଣି ବିବାହ କାର୍ଯ୍ୟ କରାଇଥିଲେ ।

ସବୁ କିଛି ସୁରୁଖୁରୁରେ ହୋଇଥିଲା । ଗୌତମୀଙ୍କ ଶାଶୂ ଘର ମଧ୍ୟ ଏ ନେଇ କୌଣସି ବିରୋଧ କରି ନ ଥିଲେ । ଗୌତମୀ ବେଶ ଖୁସି ଅଛନ୍ତି । ଆଉ ଏହି ନିଆରା ବିବାହ ପାରମ୍ପାରିକ ଶୃଙ୍ଖଳରେ ବାନ୍ଧି ହୋଇ ରହିଥିବା ଅନେକଙ୍କ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାହା ହେଲେ ଏହା ଠିକ ନା ଭୁଲ ।

Leave A Reply

Your email address will not be published.