ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ପୁଣି ନକ୍ସଲ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନ ଜଣକ ହେଲେ ବିରେନ୍ଦ୍ର କୁମାର ସୋରୀ ।
ଖବର ମୁତାବକ, ଆବୁଝମାଡ଼ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ନେଇ ଗୁଇନ୍ଦାସୂତ୍ରରୁ ଖବର ପାଇବା ପରେ ଡିଆରଜି ଏବଂ ସିଆରପିଏଫ ଯବାନ୍ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚାଳନା କରିଥିଲେ ଯବାନ ମାନେ ମଧ୍ୟ ପାଲଟା ଯବାବ ଦେଇଥିଲେ ହେଲେ ନକ୍ସଲଙ୍କ ଗୁଳିରେ ଜଣେ ଯବାନ ସେଇଠି ଟଳିପଡିଥିଲେ ।
ସହିଦ ଯବାନ ବିରେନ୍ଦ୍ର କୁମାର ସୋରୀ ଗତ ୨୦୧୦ରେ ସେ ନାରାୟଣପୁର ଜିଲ୍ଲା ପୋଲିସରେ ଭର୍ତ୍ତି ହୋଇଥିଲେ ।
Comments are closed.