ଅମୃତସର: ପଞ୍ଜାବ ବଠିଣ୍ଡା ମିଲିଟାରୀ ଷ୍ଟେଶନରେ ଗୁଳିମାଡ । ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ । ଘଟଣା ଆଜି ସକାଳ ୪.୩୫ରେ ଘଟିଛି । ଘଟଣାସ୍ଥଳରେପୋଲିସ ଓ କ୍ୱିକ ରିଆକ୍ସନ ଟିମ ପହଞ୍ଚି ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ଯାଞ୍ଚ କରୁଛି । ଏବେ ସର୍ଚ୍ଚ ଅପରେଶନ ଜାରି ରଖିଛି ।
ପଞ୍ଜାବର ବଠିଣ୍ଡା ମିଲିଟାରୀ ଷ୍ଟେସନ ସହରକୁ ଲାଗିଛି । ଏହା ପୁରୁଣା କିନ୍ତୁ ଯଥେଷ୍ଟ ବଡ ମିଲିଟାରୀ ଷ୍ଟେଶନ ଅଟେ । ପ୍ରଥମେ ଏହା ସହରଠାରୁ କିଛି ଦୂରରେ ଥିଲା । ହେଲେ ସହରର ଆୟତନ ବଢିବା ପରେ ମିଲିଟାରୀ ଷ୍ଟେସନର ଦୂରତା କମିଗଲା । ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଏହି ଘଟଣା ଅଫିସର୍ସ ମେସ ଭିତରେ ଘଟିଛି । ଯେହେତୁ ଘଟଣା ପ୍ରତ୍ୟୁଷରୁ ଘଟିଛି ତେଣୁ ଅଫିସର୍ସଙ୍କ ମଧ୍ୟରେ କିଛି ଘଟଣାକୁ ନେଇ ଗୁଳିକାଣ୍ଡ ଘଟିଛି ।
Punjab | Four casualties in firing inside Bathinda Military Station; Area cordoned off, search operation underway
Visuals from outside the Military Station pic.twitter.com/gFj4kNQdXC
— ANI (@ANI) April 12, 2023
ମିିଳିଥିବା ସୂଚନା ଅନୁଯାୟୀ, ସକାଳ ସାଢେ ୪ଟାରେ ଗୁଳିକାଣ୍ଡ ଘଟିଥିଲା । ଅନ୍ଧାରର ସୁଯୋଗରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା । ତେବେ କିଏ ଦୁର୍ବୃତ୍ତକୁ ଚିହ୍ନଟ କରାଯାଇ ନାହିଁ । କୁଇକ ଆକ୍ସନ ଟିମ ଯାଞ୍ଚ କରୁଛି । କୁହାଯାଉଛି, ଶୁଟର ସାଧାରଣ ପୋଷାକରେ ଥିଲେ । ଗୁଳିକାଣ୍ଡରେ ୪ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଏମାନେ ୮୦ ମିଡିୟମ ରେଜିମେଣ୍ଟର ବୋଲି ଜଣାଯାଇଛି । ତେବେ ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପଞ୍ଜାବ ପୋଲିସ କହିଛି । ଏପରିକି ଏହା ଯବାନଙ୍କ ବ୍ୟକ୍ତିଗତ ବିବାଦରୁ ଘଟିଥାଇ ପାରେ ବୋଲି କୁହାଯାଇଛି ।
Comments are closed.