Latest Odisha News

BREAKING NEWS

ପଛରୁ ମାଡ଼ି ଆସିଲା ଟ୍ରକ, ଚାଲିଗଲା ଯୁବକଙ୍କ ଜୀବନ

ବୌଦ୍ଧ :  ସକାଳୁ ସକାଳୁ ଅଘଟଣ । ମହାନଦୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ମାଡିଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ଟ୍ରକଟି ରେଢ଼ାଖୋଲ ପଟୁ ବୌଦ୍ଧ ଆଡକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବୌଦ୍ଧ ମହାନଦୀ ପୋଲ ନିକଟ ଦେଇ କୃପାସିନ୍ଧୁ ନିଜ ଘରକୁ ଫେରୁଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ବୌଦ୍ଧ ମୁରଷୁଣ୍ଢି ଗ୍ରାମର କୃପାସିନ୍ଧୁ ବାରିକ। ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକେ କାବୁ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କ ଶବ ଜବତ କରିବା ସହ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.