Latest Odisha News

BREAKING NEWS

ଗାଡ଼ି ସାଇଡ୍ ମରାକୁ ନେଇ ରାଜଧାନୀରେ ଗୁଳିକାଣ୍ଡ; ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ଗାଡ଼ି ସାଇଡ଼୍ ମରାକୁ ନେଇ ବିଜେଡ଼ି କର୍ପୋରେଟରଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ୩ ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆହତମାନେ ୱାର୍ଡ -୩୨ ବିଜେଡି କର୍ପୋରେଟର ଶ୍ରୀଧର ଜେନା, ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଏକ ବନ୍ଧୁକ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଅଞ୍ଚଳର ଜଗନ୍ନାଥ ନଗର ଲେନ-୧ ସ୍ଥିତ ପ୍ରଜାପତି ମଣ୍ଡପ ସମ୍ମୁଖରେ କାର୍ ସାଇଡ଼୍ ମରାକୁ ନେଇ ଶ୍ରୀଧର ଜେନା ଓ ଅନ୍ୟ ଜଣେ ବ୍ୟକ୍ତି ପ୍ରଭାତ ମାର୍ଥାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ।

ବଚସା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, ଉତ୍ତ୍ୟକ୍ତ ହୋଇ ପ୍ରଭାତ ଦୁଇଟି ବନ୍ଧୁକ ଧରି ୧୨ ରାଉଣ୍ଡ ଗୁଳି ମାରିଥିଲେ । ଗୁଳିମାଡ଼ରେ ଶ୍ରୀଧର ଜେନା, ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ କର୍ପୋରେଟର ଶ୍ରୀଧର ଜେନାଙ୍କ କହିବା ଅନୁସାରେ, ପ୍ରାୟ ୧୦ ରୁ ୧୫ ଜଣ ଲୋକ ଏହି ଘଟଣାରେ ସମ୍ପୃକ୍ତ । ସେମାନେ ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତମାନେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ଗାଡି ଆଗରେ ପାର୍କିଂ କରିଥିଲେ । ଖବର ପାଇ  ସେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ଅଭିଯୁକ୍ତ ମାନେ ଆମକୁ ଦୁର୍ବ୍ୟବହାର କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଜଣେ ପିସ୍ତଲ ବାହାର କରି ଫାଙ୍କା ଗୁଳିଚାଳନା କରିଥିଲେ ।

ଏସବୁ ଘଟଣା ପୋଲିସ ସମ୍ମୁଖରେ ଘଟିଥିଲା । ଯେତେବେଳେ ପୋଲିସ ବନ୍ଧୁକ ଛଡ଼ାଇ ନେଇଥିଲା ସେତେବେଳେ ଅଭୁଯୁକ୍ତ ଜଣକ ଅନ୍ୟ ଏକ ପିସ୍ତଲ ବାହାର କରି ମୋ ବଡ ଭାଇ ଏବଂ ପୁତୁରାଙ୍କ ଉପରକୁ ଗୁଳି ଚଳାଇଥିଲା। ସେମାନେ ପ୍ରାୟ ୧୨ ରାଉଣ୍ଡ ଗୁଳି ଚଳାଇଥିବା ଆହତ ଶିଖର କହିଛନ୍ତି । ରାଜନୈତିକ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.