Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ୫ ଘଣ୍ଟିଆ ବୈଠକ: ୨୦୨୪ ନିର୍ବାଚନରେ ବିରୋଧୀଙ୍କ ମୁକାବିଲା ପାଇଁ ଚାଲିଥିଲା ମାନସମନ୍ଥନ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଚାଲିଥିଲା ୫ ଘଣ୍ଟିଆ ବୈଠକ । ଗୃହ ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ବୈଠକରେ କି ଆଲୋଚନା ଚାଲିଥିଲା ? ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୃହମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ବୈଠକରେ ୨୦୨୪ ବୈଠକକୁ ନେଇ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ନିର୍ବାଚନ ଲଢିବା ପାଇଁ ଚାଲିଥିଲା ମାନସ ମନ୍ଥନ । ଗୁରୁମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ ।

ମିଳିଥିବା ସୂଚନା ଅନୁସାରେ, ବୈଠକରେ ନାଗରିକ ସଂହିତା ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଜେପି ନେତା ଭିନ୍ନ ଭିନ୍ନ ଧର୍ମର ନେତାମାନଙ୍କ ସହ ନାଗରିକ ସଂହିତା  ପ୍ରସଙ୍ଗ ଉପରେ ଆଲୋଚନା କରବେ ଏବଂ ସହମତି ଆଣିବା ପାଇଁ ଚେଷ୍ଟା କରିବେ । ଏ ନେଇ ବୈଠକରେ ନିଷ୍ପତ୍ତି ନିଆ ଯାଇଥିବା ଜଣାଯାଇଛି । ଏଥିସହିତ ୟୁନିଫର୍ମ ସିଭିଲ କୋଡ ବିଲ ଆଣିବା ପ୍ରସଙ୍ଗରେ ମଧ୍ୟ ବୈଠକରେ ବିଚାର ବିମର୍ଷ କରାଯାଇଥିଲା ।

୨୦୨୪ ନିର୍ବାଚନ ପାଇଁ ସବୁ ବିରୋଧୀ ଏକାଠି ହୋଇଛନ୍ତି । ବିଜେପି ହାତରୁ କ୍ଷମତା ଛଡାଇବା ପାଇଁ ସମସ୍ତେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେଣୁ ୨୦୨୪ ନିର୍ବାଚନରେ ବିରୋଧୀଙ୍କୁ କିପରି ମୁକାବିଲା କରିବ ସେ ନେଇ ବୈଠକରେ ପ୍ରସ୍ତୁତି ଆରମ୍ଭ  ହୋଇଛି ।   ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ମନ୍ତ୍ରୀ ବି.ଏଲ ସନ୍ତୋଷ ମଧ୍ୟ ସାମିଲ ଥିଲେ ।

ଏଠି କହିରଖିବୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୋପାଳରେ ସମାନ ନାଗରିକ ସଂହିତାକୁ ନେଇ ଜୋରଦାର ଚର୍ଚ୍ଚା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ନାଗରିକ ସଂହିତାକୁ ନେଇ ଲୋକଙ୍କୁ ଉସକାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ, ଗୋଟିଏ ପରିବାରରେ ଜଣେ ସଦସ୍ୟଙ୍କ ପାଇଁ ଗୋଟିଏ ନିୟମ, ଅନ୍ୟ ଜଣେ ସଦସ୍ୟଙ୍କ ପାଇଁ ଆଉ ଗୋଟେ ନିୟମ ଯଦି କରାଯାଏ ତେବେ ସେ ପରିବାର ଠିକରେ ଚାଲି ପାରିବ କି ? ଯଦି ନୁହେଁ, ତେବେ ଗୋଟିଏ ଦେଶରେ ଏପରି ୨ଟି ନିୟମ କିପରି ଚାଲିବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ।

 

Leave A Reply

Your email address will not be published.