ଚଣ୍ଡୀଗଡ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲଙ୍କୁ ଆଜି କେତେକ ଆତତାୟୀ ଗୁଳିମାରି ହତ୍ୟା କରିଛନ୍ତି । ମନାସା ନିକଟବର୍ତୀ ଜବାହରକେରେ ଏହି ଗୁଳିକାଣ୍ଡରେ ସିଦ୍ଧୁଙ୍କ ସହ ଥିବା ଅନ୍ୟ ୨ଜଣ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବତ ମାନ୍ନ ତାଙ୍କ ସୁରକ୍ଷା ବ୍ୟବସ୍ଥା କମାଇ ଦେଇଥିଲେ । ପୂର୍ବରୁ ସିଦ୍ଧୁଙ୍କ ପାଖରେ ୮ରୁ ୧୦ ଗନମ୍ୟାନ ରହୁଥିବା ବେଳେ ଏବେ ଏହାକୁ ୨ କରି ଦିଆଯାଇଥିଲା । ଆମ ଆଦମୀ ପାର୍ଟି ସରକାର ତରବରିଆ ଭାବେ ସୁରକ୍ଷା ବ୍ୟବସ୍ଥା ହଟାଇବା ସେମାନଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି । ପଞ୍ଜାବ ଏକ ସମ୍ବେଦନଶୀଳ ଏବଂ ଶତ୍ରୁ ଦେଶ ନିକଟବର୍ତୀ ରାଜ୍ୟ ହୋଇଥିବାରୁ ଭାବିଚିନ୍ତି ପଦକ୍ଷେପ ନେବା ଉଚିତ ।
ସିଦ୍ଧୁ ତାଙ୍କ ସାଥୀମାନଙ୍କ ସହ ଯାଉଥିବା ବେଳେ କଳା ରଙ୍ଗର କାରରେ ୨ ଆତତାୟୀ ତାଙ୍କ ଉପରକୁ ମନଇଚ୍ଛା ଗୁଳି ଚାଳନା କରିଥିଲେ । ସେ ମାନସା ସିଟରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଆପର ବିଜୟ ସିଙ୍ଗଲାଙ୍କ ନିକଟରୁ ହାରି ଯାଇଥିଲେ । ସୂଚନାଯୋଗ୍ୟ, ଦୁର୍ନୀତି ଅଭିଯୋଗରେ ମାନ୍ନ ସରକାର ବିଜୟଙ୍କୁ ପଦରୁ ବରଖାସ୍ତ କରିଛନ୍ତି । ଗୀତରେ ଗନ କଲଚର ଆଣି ସିଦ୍ଧୁ ବିବାଦୀୟ ହୋଇ ପଡିଥିଲେ ।
Comments are closed.