Latest Odisha News

BREAKING NEWS

ଆଜି ଓଡ଼ିଶାରେ ପହଞ୍ଚିବ ‘କୋଭିସିଲ୍ଡ’ ଭ୍ୟାକସିନ୍

ଭୁବନେଶ୍ୱର: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଟିକା ପରିବହନ । ବିଭିନ୍ନ ରାଜ୍ୟକୁ ସେରମ୍ ଇନଷ୍ଟିଚ୍ୟୁଟର କୋଭିଡସିଲ୍ଡ ଟିକା ପରିବହନ ଆରମ୍ଭ ହୋଇଛି । ଆଜି ପୁଣେରୁ ଭୁବନେଶ୍ୱରକୁ ଆସିବ କୋଭିସିଲ୍ଡ ଟିକା । ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ । ଆଜି ଟିକା ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । କୋଭିସିଲ୍ଡ ଭ୍ୟାକସିନ ୧୦ ଡୋଜ ଓ ୪୦ ହଜାର ୮୦୦ ଭାଏଲସ ଆସୁଛି ।

ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ଟିକାକରଣ । ତାପୂର୍ବରୁ ଉତ୍ପାଦନକାରୀ କମ୍ପାନୀ ପାଖରୁ ସିଧାସଳଖ ଟିକା ବିମାନ ଯୋଗେ ରାଜ୍ୟରେ ପହଞ୍ଚିବ । ସ୍ୱତନ୍ତ୍ର ଫ୍ରିଜର ଯୋଗେ ଆସିବ ଟିକା । ଏହାକୁ ପ୍ରଥମେ ରାଜ୍ୟ ଟିକା ଭଣ୍ଡାରରେ ସଂରକ୍ଷିତ ରଖାଯିବ । ପରେ ବିଭିନ୍ନ ଜିଲ୍ଲାକୁ ପଠାଯିବ ।

Leave A Reply

Your email address will not be published.