Latest Odisha News

ବାଇଡେନଙ୍କ ଶପଥ ପୂର୍ବରୁ ଆମେରିକାରେ ସଶସ୍ତ୍ର ବିକ୍ଷୋଭ !

ୱାସିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକାରେ ସଶସ୍ତ୍ର ଆନ୍ଦୋଳନ ଦେଖା ଦେଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଦେଶର ଅଗ୍ରଣୀ ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅପ୍ ଇନଭେଷ୍ଟିଗେସନ (ଏଫବିଆଇ)
ଜାନୁଆରି ୨୦ରେ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ । ହେଲେ ଏହାର ଆଗରୁ ସବୁ ରାଜ୍ୟର ରାଜଧାନୀରେ ଟ୍ରମ୍ପଙ୍କ ସମର୍ଥକମାନେ ସଶସ୍ତ୍ର ବିକ୍ଷୋଭ କରିପାରନ୍ତି ବୋଲି ଚିନ୍ତାଜନକ ରିପୋର୍ଟ ଆସିଛି ।
ଏପରି ପରିସ୍ଥିତିର ମୁକାବିଲା କରିବାକୁ ଆମେରିକାର ରାଜଧାନୀ ୱାସିଂଟନ ଡିସିକୁ ୧୫ ହଜାର ନ୍ୟାସନାଲ ଗାର୍ଡ ପଠାଇବାକୁ ନିଷ୍ପତ୍ତି ନିଆ ଯାଇଛି । ଏହା ସହିତ ଜାନୁଆରି ୨୪ ତାରିଖ ଯାଏ ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଯାଇଛି ।

ଟ୍ରମ୍ପଙ୍କ ସମର୍ଥକମାନେ ଗତ ବୁଧବାର କ୍ୟାପିଟଲ ହିଲରେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜାଲିଆତି କରି ଟ୍ରମ୍ପଙ୍କୁ ପରାସ୍ତ କରାଯାଇଥିବା ଅଭିଯୋଗ କରି ସେମାନେ ଲଙ୍କାକାଣ୍ଡ କରିଥିଲେ । ନିଜେ ଟ୍ରମ୍ପ ମଧ୍ୟ ଅଭିଯୋଗ କରି ଆସୁଛନ୍ତି ଯେ, ନିର୍ବାଚନରେ ଜାଲିଆତି ହୋଇଛି । ତେବେ ସେ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.