କୋଲକାତା: ବିଦେଶରୁ ଫେରିଥିବା ଜଣେ ଛାତ୍ରଙ୍କଠାରେ କୋରନା ଭୂତାଣୁ ଚିହ୍ନଟ ହୋଇଛି । ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପଜିଟିଭ ଥିବା ଜଣାପଡିଥିଲା । ତାଙ୍କୁ ଚିକିତ୍ସା ପାଇଁ ବେଲଘାଟ ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହା ରାଜ୍ୟରେ ପ୍ରଥମ ।
ଛାତ୍ର ଜଣଙ୍କ ଗତ ୧୫ ତାରିଖରେ ଇଂଲଣ୍ଡରୁ ଫେରିଥିଲେ । ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନ ଥିଲେ ହେଁ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଭୂତାଣୁ ଚିହ୍ôନ ହୋଇଥିବା ସ୍ୱାସ୍ଥ ବିଭାଗ ପକ୍ଷରୁ କୁହାଯାଇଛି । ସେ ବିଦେଶରୁ ଫେରିଥିବାରୁ ତାଙ୍କୁ ହୋମ କ୍ୱାରେନଣ୍ଟାଇନରେ ରଖାଯାଇଥିଲା ।
ସୂଚନା ଅନୁଯାୟୀ, ୧୮ ବର୍ଷୀୟ ଏହି ଛାତ୍ର ଜଣଙ୍କ ବିଦେଶରେ ଏକ ଭୋଜିରେ ଯୋଗ ଦେଇଥିଲେ । ପରେ ସେଠାରେ ଥିବା ୪ଜଣ ବ୍ୟକ୍ତିଙ୍କଠାରେ କୋରନା ଭୂତାଣୁ ଚିହ୍ନଟ ହୋଇଥିଲା । ସେହିଠାରୁ ହିଁ ଭୂତାଣୁ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।
Comments are closed.