Latest Odisha News

BREAKING NEWS

ହ୍ୱାଇଟ୍ ହାଉସ୍‌ରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ; ଆମେରିକା ଉପରାଷ୍ଟ୍ରପତି ଓ ପତ୍ନୀଙ୍କ ନମୁନା ପରୀକ୍ଷଣ

ୱାଶିଂଟନ୍‌: ବିଶ୍ୱର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଆମେରିକା ରାକ୍ଷ୍ରପତିଙ୍କ ହ୍ୱାଇଟ୍ ହାଉସ୍‌ରେ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଥିବା ଜଣା ପଡିବା ପରେ ଉଭୟ ପେନ୍ସ ଓ ତାଙ୍କ ପତ୍ନୀଙ୍କ ନମୁନା ପରୀକ୍ଷଣ କରାଯାଇଛି । ତେବେ ଉଭୟଙ୍କ ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିଥିବା ପେନ୍ସଙ୍କ ଗଣମାଧ୍ୟମ ସଚିବ କ୍ୟାଟି ମିଲର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗତ ସପ୍ତାହରେ ହୋଇଥିବା କୋଭିଡ୍‌୧୯ ନମୁନା ପରୀକ୍ଷଣ ନେଗେଟିଭ୍ ଆସିଥିଲା । ଟ୍ରମ୍ପ ଭେଟିଥିବା ବ୍ରାଜିଲ୍‌ର ଏକ ପ୍ରତିନିଧି ଦଳର ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପରୀକ୍ଷା କରାଯାଇଥିଲା । ଆମେରିକାରେ ଏଯାଏଁ କରୋନା ଯୋଗୁଁ ୨୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯୦୦୦ରୁ ଉର୍ଦ୍ଧ୍ୱ ଲୋକ କୋଭିଡ୍‌୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.