Latest Odisha News

ଜାଣନ୍ତୁ, ମାର୍ଚ୍ଚ ୨୮ ଯାଏଁ କେଉଁସବୁ ବିମାନ ଉଡାଣ ବାତିଲ

ଭୁବନେଶ୍ୱର: ଭାରତରେ ଦିନକୁ ଦିନ କାୟା ବିସ୍ତାର କରୁଥିବା କରୋନାଭାଇରସର ମୁକାବିଲା କରିବାକୁ ଦେଶବ୍ୟାପୀ ରବିବାର ଦିନ ଜନତା କର୍ଫ୍ୟୁ ଏବଂ ଓଡିଶାରେ ଜାରି ରହିଥିବା ଲକଡାଉନ ଯୋଗୁଁ ଭୁବନେଶ୍ୱରରୁ ଘରୋଇ ବିମାନ ଚଳାଚଳ ସ୍ଥଗିତ ରହିଛି।

ଗୋଏୟାର ରବିବାର ଦିନ ପାଇଁ ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିଥିବାବେଳେ ଇଣ୍ଡିଗୋ ପକ୍ଷରୁ ଏହାର ଘରୋଇ ବିମାନର ୪୦ ପ୍ରତିଶତ ଉଡ଼ାଣ କରିବ ନାହିଁ ବୋଲି ଜଣାପଡିଛି।

ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ୨୭୦୧/୨୨୫୬ ଦିଲ୍ଲୀ-ଭୁବନେଶ୍ୱର-ଦିଲ୍ଲୀ ବିମାନ, ୪୧୧/୪୧୧ ବାଙ୍ଗାଲୋର-ଭୁବନେଶ୍ୱର-କୋଲକାତା ବିମାନ, ୮୨୩/୪୯୨ ବାଙ୍ଗାଲୋର-ଭୁବନେଶ୍ୱର-ବାଙ୍ଗାଲୋର ବିମାନ, ୫୦୩୫/୫୦୩୭ ଦିଲ୍ଲୀ-ଭୁବନେଶ୍ୱର-ଦିଲ୍ଲୀ ବିମାନ ଏବଂ ୪୨୭/୪୩୧ ବାଙ୍ଗାଲୋର-ଭୁବନେଶ୍ୱର ବିମାନ ବାତିଲ ହୋଇଛି।

ଏୟାର ଇଣ୍ଡିଆ ପକ୍ଷରୁ AI ୭୮ ଭୁବନେଶ୍ୱର-ଦିଲ୍ଲୀ, ଗୋ ଏୟାରର G8 ୭୬୧ ଭୁବନେଶ୍ୱର-କୋଲକାତା ଏବଂ G8 ୨୪୭ ଭୁବନେଶ୍ୱର-ମୁମ୍ବାଇ ମଧ୍ୟ ବାତିଲ କରାଯାଇଛି।

ସେହିପରି ଏୟାର ଏସିଆ ଏବଂ ଭିଷ୍ଟାରା ମଧ୍ୟ ରବିବାର ଦିନ ଲାଗି ଭୁବନେଶ୍ୱର-ହାଇଦ୍ରାବାଦ (I5-୧୫୬୮) ଏବଂ ଭୁବନେଶ୍ୱର ଦିଲ୍ଲୀ (ୟୁକେ ୭୮୬) ଉଡାଣ ବାତିଲ କରିଛି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ମାର୍ଚ୍ଚ ୨୯ ଯାଏଁ ରାତି ୯ଟା ପର୍ଯ୍ୟନ୍ତ ରାଜ୍ୟର ୪୦ ପ୍ରତିଶତ ଭାଗ ଲକଡାଉନ ଘୋଷଣା କରିଛନ୍ତି। ଯେଉଁଥିରେ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହର ସାମିଲ ରହିଛି ।

Leave A Reply

Your email address will not be published.