Latest Odisha News

BREAKING NEWS

ଭାରତରେ ପ୍ରଥମ କରୋନା ରୋଗୀର ମୃତ୍ୟୁ !

ଶ୍ରୀନଗର: ଇରାନରୁ ତୀର୍ଥଯାତ୍ରା ସାରି ଫେରିଥିବା ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ କରୋନାଭାଇରସରେ ସଂକ୍ରମିତ ହୋଇଥିଲେ । ସଂକ୍ରମଣ ହେତୁ ତାଙ୍କୁ ଲଦାଖ ଅଞ୍ଚଳର ଲେହ ସହରର ସୋନମ ନାରବୋ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଛି।

ପୂର୍ବତନ ପୋଲିସ କର୍ମଚାରୀ ଥିବା ଏହି ବ୍ୟକ୍ତିଙ୍କ ଦେହରେ COVID-19 ସହିତ ଜଡିତ ଲକ୍ଷଣ ଦେଖାଯିବା ପରେ ଶନିବାର ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଜାତୀୟ ଗଣମାଧ୍ୟମ ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟରେ ଅନୁଯାୟୀ ପୂର୍ବରୁ ସେ ଅନେକ ରୋଗରେ ପୀଡିତ ଥିବା ବେଳେ ସେ କରୋନାଭାଇରସ୍ ଦ୍ୱାରା ପ୍ରଭାବିତ ହୋଇଥିଲେ କି ନାହିଁ ତାହା ଘୋଷଣା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଅନ୍ତିମ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିଥିଲେ ।

“ମୃତକଙ୍କର ଅଗ୍ନାଶୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହିତ ଗୁରୁତର ଅସୁସ୍ଥତା ପାଇଁ ଚିକିତ୍ସା କରାଯାଉଥିଲା। ଆମେ ମୃତକଙ୍କ ନମୁନାକୁ କରୋନାଭାଇରସ୍ ପରୀକ୍ଷା ପାଇଁ ପଠାଇଛୁ ଏବଂ ଫଳାଫଳକୁ ଅପେକ୍ଷା କରାଯାଇଛି” ବୋଲି ଡାକ୍ତରଖାନାର ଅଧୀକ୍ଷକ କହିଛନ୍ତି।

ଲେହ ସ୍ୱାସ୍ଥ୍ୟ ଅଧିକାରୀ ଡ. ମୋତିପ ଡୋରଜାଇ ନ୍ୟୁଜ୍ ଏଜେନ୍ସି ‘ଏଏନଆଇ’ କୁ କହିଛନ୍ତି ଯେ, “ତାଙ୍କର ମୂତ୍ରନଳୀ ସଂକ୍ରମଣ ହୋଇଥିଲା ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା। ଆମେ ତାଙ୍କ ନମୁନାକୁ ଦିଲ୍ଲୀ ପଠାଇଛୁ। ଆମେ ଦିଲ୍ଲୀ ଦଳ ସହ ଯୋଗାଯୋଗରେ ଅଛୁ ଏବଂ ଦୁଇ ଦିନ ମଧ୍ୟରେ ରିପୋର୍ଟ ବାହାରକୁ ଆସିବା ଉଚିତ। ”

ଇତି ମଧ୍ୟରେ, କର୍ତ୍ତୃପକ୍ଷ ଲେହ ଜିଲ୍ଲାର ଏକ ଗାଁକୁ ସିଲ୍ କରିବା ସହ ଲଦାଖର ସମସ୍ତ ବିଦ୍ୟାଳୟ ଓ କଲେଜକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି।

Leave A Reply

Your email address will not be published.