Latest Odisha News

BREAKING NEWS

ରାଷ୍ଟ୍ରପତି ପଦ ନେଇ ଆଫଗାନିସ୍ତାନରେ ଲଢ଼େଇ ଜୋର ଧରିଲା

କାବୁଲ: ସୋମବାର କାବୁଲର ରାଷ୍ଟ୍ରପତି ଭବନରେ ଆଶରଫ ଗନି ଦ୍ୱିତୀୟ ଥର ପାଇଁ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଅନ୍ୟ ପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟ ନିଜ ପାଇଁ ଏକ ସମାନ ଶପଥ ସମାରୋହ ଆୟୋଜନ କରିଥିଲେ। ସେ ରାଷ୍ଟ୍ରପତି ନିର୍ବାଚନରେ ​​ଜିତିଛନ୍ତି ବୋଲି ପୂର୍ବରୁ ଦାବି କରି ଆସୁଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ମତଦାନ ହୋଇଥିଲା ଓ ପାଞ୍ଚ ମାସ ପରେ ଅର୍ଥାତ ଫେବୃଆରୀରେ ଗନି ଦ୍ୱିତୀୟ ଥର ଜିତିଥିବା ଘୋଷଣା କରାଯାଇଥିଲା ।

ସେପ୍ଟେମ୍ବରରେ ହୋଇଥିବା ନିର୍ବାଚନର ପ୍ରାଥମିକ ଫଳାଫଳ ୨୦୧୯ ଡିସେମ୍ବରରେ ଘୋଷଣା କରାଯାଇଥିଲା ଯେଉଁଥିରେ ଗନିଙ୍କୁ ବିଜେତା ଘୋଷଣା କରାଯାଇଥିବା ବେଳେ  ଅବଦୁଲ୍ଲା ଅବଦୁଲ୍ଲା ୩୯ ପ୍ରତିଶତ ଭୋଟ ପାଇଥିଲା।  ରାଷ୍ଟ୍ରପତି ଭବନ ସମାରୋହରେ ଆମେରିକାର ସ୍ୱତନ୍ତ୍ର ଦୂତ ଖାଲିଲଜାଦ, ଆମେରିକାର ଚାର୍ଜ ଡି’ଆଫେୟାର ରୋଜ ୱିଲସନ, ନାଟୋ ଫୋର୍ସ କମାଣ୍ଡର ଜେନେରାଲ ସ୍କଟ ମିଲର ଏବଂ ୟୁଏଇ, କାନାଡା, ଅଷ୍ଟ୍ରେଲିଆ, ଡେନମାର୍କ, ଜର୍ମାନୀ ଓ ନରୱେର ରାଷ୍ଟ୍ରଦୂତମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.