Latest Odisha News

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଦିଲ୍ଲୀପ ଶତପଥି ଥିଲେ ଅଜାତଶତ୍ରୁ । ଓଡ଼ିଶାର ସାମ୍ବାଦିକ ଜଗତକୁ ତାଙ୍କର ବହୁମୂଲ୍ୟ ଅବଦାନ ରହିଛି । ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ସାମ୍ବାଦିକ ଭାବେ ସେ ଯେତିକି ପ୍ରତିଷ୍ଠା ଅର୍ଜନ କରିଥିଲେ, ଜଣେ ବନ୍ଧୁବତ୍ସଳ ଓ ଛାତ୍ର ବତ୍ସଳ ବ୍ୟକ୍ତି ଭାବେ ସେ ସେତିକି ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୋଇପାରିଥିଲେ । ଯନ୍ତ୍ରଣା ଭିତରେ ବି ସେ ହସୁଥିଲେ, ସମସ୍ତଙ୍କୁ ହସାଉଥିଲେ । ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ହିଁ ସଭିଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଆଜି ଦିଲ୍ଲୀପ ଶପତଥୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ୱେବିନାରରେ ଏହି ମତ ଦେଇଥିଲେ ଉପସ୍ଥିତ ଅତିଥିଗଣ ।

ଏହି ଅବସରରେ ଶ୍ରୀ ଶତପଥୀଙ୍କ ସ୍ମୃତିରେ ସ୍ମରଣିକା ‘ଦିଲ୍ଲୀପ ଦୀପିକା’ ଉନ୍ମୋଚିତ ହୋଇଥିଲା ।
ପ୍ରତିବର୍ଷ ଦିଲ୍ଲୀପ ଶତପଥୀ ଟ୍ରଷ୍ଟ ପକ୍ଷରୁ ଯୁବ ସାମ୍ବାଦିକ ଓ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନୀତ କରାଯିବ ବୋଲି ସୂଚନା ଦିଆଯାଇଛି । ଏଥିସହ ସ୍ମାରକୀ ବତ୍କୃତା ମାଳା ଆୟୋଜନ କରାଯିବ ବୋଲି ସ୍ୱର୍ଗତ ଶତପଥୀଙ୍କ ଭାଇ ତଥା ମ୍ୟାନେଜିଂ ଟ୍ରଷ୍ଟି ଦୀନବନ୍ଧୁ ଶତପଥୀ ସୂଚନା ଦେଇଥିଲେ ।

ପ୍ରତିଷ୍ଠିତ ସମାଜସେବୀ ଜଗଦାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୱେବିନାରରେ ଅଶୋକ ବେହେରା, ପ୍ରହଲ୍ଲାଦ ହୋତା, ଖାଲିଦ ପରଭେଜ, ସନ୍ଦୀପ ମିଶ୍ର, ବିଜୟିତା ଦାସ, ସାଂସଦ ଡକ୍ଟର ସସ୍ମିତ ପାତ୍ର, ତ୍ରିନାଥ ଲେଙ୍କା, ସୁବ୍ରତ କୁମାର ପତି, ବିଜୟ ନାୟକ, ବିରୁପାକ୍ଷ ତ୍ରିପାଠୀ, ଟିକାୟତ ନାୟକ, ପ୍ରଦ୍ୟୁମ୍ନ ପଣ୍ଡା ଓ ଦେବଦତ ପତି ପ୍ରମୁଖ ସ୍ୱର୍ଗତ ଶତପଥୀଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ ।

ଏଥି ସହ ଶୁଭ୍ରାଂଶୁ ପଣ୍ଡା, ଉମାକାନ୍ତ ପାତ୍ର, ଡକ୍ଟର ପ୍ରଭାସ ମିଶ୍ର, ଅକ୍ଷୟ କୁମାର ସାହୁ, ରାମଚଣ୍ଡୀ ପ୍ରସାଦ ରଣସିଂହ, ଜିତେନ୍ଦ୍ର ଜେନା ଓ ଅମ୍ରିତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Leave A Reply

Your email address will not be published.