Latest Odisha News

BREAKING NEWS

କଟକ ଏସସିବିରେ ଆରମ୍ଭ ହେଲା ପ୍ରଥମ ଇକ୍‌ମୋ ଚିକିତ୍ସା

କଟକ: ଏସସିବି ମେଡିକାଲରେ ଆରମ୍ଭ ହେଲା ପ୍ରଥମ ଇକମୋ ଚିକିତ୍ସା । ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ୫୨ ବର୍ଷୀୟ ମହିଳାଙ୍କୁ ମିଳିଲା ପ୍ରଥମ ଇକ୍‌ମୋ ସେବା ଆରମ୍ଭ ହୋଇଛି । ସେ କୋଭିଡରେ ଆକ୍ରାନ୍ତ ହୋଇ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ । ଏବେ ତାଙ୍କର ରିପୋର୍ଟ ନେଗେଟିଭ୍ ଅଛି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଗତକାଲି ସାଢ଼େ ୧୨ଟାରେ ମହିଳାଙ୍କ ଇକମୋ ଚିକିତ୍ସା ଆରମ୍ଭ ହୋଇଛି । ଚିକିତ୍ସାରେ ନିଯୋଜିତ ଅଛନ୍ତି ୧୦ ଜଣିଆ ଟିମ୍ । ସେମାନଙ୍କୁ ସହାୟତା କରୁଛନ୍ତି କୋଲକାତାର ତିନି ଜଣିଆ ଡାକ୍ତରୀ ଟିମ୍ । ଦୁଇ ଦିନ ତଳେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଇକମୋ ୟୁନିଟର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୯ଟି ଇକମୋ ମେସିନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ  । ମାଗଣାରେ ରାଜ୍ୟବାସୀଙ୍କୁ ଇକମୋ ଚିକିତ୍ସା ଯୋଗାଇ ଦିଆଯିବ  । ଏହି ବ୍ୟୟବହୁଳ ଚିକିତ୍ସା ପାଇଁ କାହାରିକୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ  । ପୂର୍ବରୁ ଇକମୋ ଚିକିତ୍ସା ପାଇଁ ଓଡ଼ିଶାରୁ କୋଲକାତା, ହାଇଦ୍ରାବାଦ କିମ୍ବା ଚେନ୍ନାଇକୁ ଏୟାରଲିଫ୍ଟ କରାଯାଉଥିଲା  ।

Leave A Reply

Your email address will not be published.