Latest Odisha News

BREAKING NEWS

ସାଇମୁନ୍ ୨୦୨୦ ଆୟୋଜିତ କରୁଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଅଗଷ୍ଟ ୧୩ ଏବଂ ୧୪ରେ ଏହାର ପ୍ରଥମ ଇସାଇ ମଡେଲ୍ ୟୁନାଇଟେଡ୍ ୨୦୨୦, ଆନୁଆଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ ସମ୍ମିଳନୀ ଆୟୋଜନ କରୁଛି।

ନେତୃତ୍ୱ ଦକ୍ଷତା ଗଢିବା, ବିଶ୍ୱ ସାକ୍ଷରତା ବୃଦ୍ଧି କରିବା ଏବଂ ସବୁ ପରିସ୍ଥିତିରେ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତାଧାରାକୁ ବିସ୍ତାର କରିବା ପାଇଁ ପ୍ରତିବର୍ଷ ସାଇମୁନ୍ ଆୟୋଜିତ ହୋଇଥାଏ।

ସାଇ ଇଣ୍ଟରନ୍ୟାସନାଲ ଏଜୁକେସନ୍ ଗ୍ରୁପର ପ୍ରତିଷ୍ଠାତା ଓ ମେଣ୍ଟର୍ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର କାର୍ଯ୍ୟକାରିଣୀ ସଭାପତି ଡଃ ବିଜୟ କୁମାର ସାହୁ କହିଛନ୍ତି ଯେ ସାଇମୁନ୍ ଦ୍ୱାରା ପିଲାମାନଙ୍କୁ ସୁଯୋଗ ମିଳିବ ବିଶ୍ୱ ସହ ଯୋଡି ହେବା ପାଇଁ । ଯେଉଁମାନେକି ୟୁଏନରେ କାର‌୍ୟ୍ୟ, ସମକାଳୀନ ବିଶ୍ୱ ଚ୍ୟାଲେଞ୍ଜ ବିଷୟରେ ବୁଝାମଣା ଏବଂ ଯୁକ୍ତିଯୁକ୍ତ ସମାଧାନ ସହିତ ଚିନ୍ତାଧାରାର ପରିପ୍ରକାଶ କରିବାକୁ ସୁଯୋଗ ପାଇପାରିବେ ।

ମିଳିତ ଜାତିସଂଘର ୭୫ ତମ ବାର୍ଷିକୀ ପାଳନର ସ୍ମୃତିରକ୍ଷା ଏବଂ ଇସାଇମନ୍ ଓ ୟୁଏନଆଇସିର ଆଠ ବର୍ଷର ସହଭାଗିତାକୁ ମଜବୁତ କରିବା ପାଇଁ ଭାରତ ଏବଂ ଭୁଟାନରେ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସୂଚନା ଅଧିକାରୀ (ଏବଂ ବର୍ତ୍ତମାନ ଅଫିସର୍-ଇନ୍-ଚାର୍ଜ) ରାଜୀବ ଚନ୍ଦ୍ରନଙ୍କ ଦ୍ୱାରା ସାଇମୁନ୍ ପକ୍ଷରୁ ଏକ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ।

ମେଗା ଇଭେଣ୍ଟରେ ଅଷ୍ଟ୍ରେଲିଆ, ଜାପାନ, ଶ୍ରୀଲଙ୍କା, ୟୁଏଇ, ଭିଏତନାମ, ଆମେରିକା, ଇଣ୍ଡୋନେସିଆ ଏବଂ ଭାରତ ଭଳି ଦେଶରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି।

Leave A Reply

Your email address will not be published.