Latest Odisha News

୭୪ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରିବ । ଏହା ପୂର୍ବରୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ, ‘ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହ ଧୁମଧାମରେ ପାଳନ ହେବନାହିଁ । କରୋନା ପାଇଁ ଆମ ସମସ୍ତଙ୍କ ଜୀବନଧାରା ବଦଳିଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପଦକ୍ଷେପ ପାଇଁ ଏହା ନିୟନ୍ତ୍ରଣରେ ରହିପାରିଛି । ଯାହା ଏବେ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି । ’

ମହାମାରୀ ଯୋଗୁଁ ଆର୍ଥିକ ସଙ୍କଟ ଦେଖାଦେଇଛି । ଏହି ସମୟରେ ଲୋକେ ହଇରାଣରେ ନ ପଡନ୍ତୁ ସେଥି ପାଇଁ ସରକାର ସାହାଯ୍ୟ କରୁଛନ୍ତି । ଏଥି ସହ ବନ୍ଦେ ଭାରତ ମିଶନରେ ବିଦେଶରୁ ଲୋକଙ୍କୁ ଫେରାଇ ଅଣାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

Leave A Reply

Your email address will not be published.