Latest Odisha News

BREAKING NEWS

ଦେଶରେ ଅଛନ୍ତି ୭୧୮ ସ୍ନୋ ଲିଓପାର୍ଡ, ଲଦାଖରେ ସର୍ବାଧିକ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଭାରତୀୟ ବନ୍ୟଜୀବ ସଂସ୍ଥାନ ଦ୍ୱାରା ସ୍ନୋ ଲିଓପାର୍ଡ ଗଣତି କରାଯାଇଛି । ଏହି ଗଣନାରେ ଦେଶରେ ୭୧୮ ସ୍ନୋ ଲିଓପାର୍ଡ ରହିଥିବା ଜଣାପଡିଛି । ଯାହାକୁ ନେଇ ପରିବେଶପ୍ରେମୀ ଓ ପଶୁପ୍ରେମୀମାନେ ଉତ୍ସାହିତ ହୋଇ ପଡିଛନ୍ତି । କେନ୍ଦ୍ର ଜଳବାୟୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଥମ ଥର ପାଇଁ ବୈଜ୍ଞାନିକ ସର୍ଭେ ମାଧ୍ୟମରେ ଏହି ଗଣତି କରାଯାଇଥିଲା । ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଗଣତି କରାଯାଇଥିଲା ।

ଲଦାଖରେ ୪୭୭, ଉତରାଖଣ୍ଡରେ ୧୨୪, ହିମାଚଳ ପ୍ରଦେଶରେ ୫୧, ଅରୁଣାଚଳ ପ୍ରଦେଶରେ ୩୬, ସିକ୍କିମରେ ୨୧ ଓ ଜମ୍ମୁ ଏବଂ କଶ୍ମୀରରେ ମୋଟ ୯ଟି ସ୍ନୋ ଲିଓପାର୍ଡ ଅଛନ୍ତି । ଡବ୍ଲ୍ୟୁଆଇଆଇ ଏହି ସର୍ଭେ ନେଚର କଞ୍ଜରଭର୍ସନ ଫାଉଣ୍ଡେଶନ ମହୀଶୁର ଓ ଡବ୍ଲ୍ୟୁଡବ୍ଲ୍ୟୁଏଫ ଇଣ୍ଡିଆ ସହଯୋଗରେ ଏହାର ଗଣତି କରାଯାଇଥିଲା । ଅତ୍ୟାଧୂନିକ କ୍ୟାମେରା ସହାୟତାରେ ବାଘଙ୍କୁ ଗଣତି କରାଯାଇଥିଲା ।

Leave A Reply

Your email address will not be published.