Latest Odisha News

BREAKING NEWS

୧୯ ବର୍ଷରୁ କମ ବିଶ୍ୱକପ: ସୁପର ସିକ୍ସରେ ନ୍ୟୁଜିଲାଣ୍ଡକୁ ୨୧୪ ରନର ହରାଇଲା ଭାରତ

ବ୍ଲୋମଫୋର୍ଟନ: ଚଳିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତ ସୁପର ସିକ୍ସ ଅଭିଯାନ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ କରିଛି । ଗ୍ରୁପ ୧ ମୁକାବିଲାରେ ଭାରତ ୨୧୪ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ୱିକେଟ ବିନିମୟରେ ୨୯୫ ରନ କରିଥିଲା । ମୁଶୀର ଖାଁ ୧୩୧ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଆଦର୍ଶ ସିଂ ୫୨ ରନ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ଟିମ ୨୮.୧ ଓଭରରେ ୮୧ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ କିୱି ଟିମ ସହଜରେ ଧରାଶାୟୀ ହୋଇଥିଲା । ଓସ୍କାର ଜ୍ୟାକସନ ଦଳ ପକ୍ଷରୁ ସର୍ବାଧିକ ୧୯ ରନ କରିଥିଲେ ।

ଭାରତର ସୌମୀ ପାଣ୍ଡେ ୪ଟି ଏବଂ ମୂଶୀର ଓ ରାଜ ଲିମ୍ବାନୀ ୨ଟି ଲେଖାଁଏ ୱିକେଟ ନେଇଥିଲେ । ନ୍ୟୁଜିଲାଣ୍ଡର ୫ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଭାରତ ଗ୍ରୁପ ଷ୍ଟେଜରେ ବାଂଲାଦେଶକୁ ୮୪, ଆୟର୍ଲାଣ୍ଡକୁ ୨୦୧ ଓ ଆମେରିକାକୁ ୨୦୧ ରନରେ ହରାଇ ଶୀର୍ଷରେ ରହିଥିଲା । ଭାରତ ତାର ପରବର୍ତୀ ମୁକାବିଲାରେ ଫେବୃୟାରୀ ୨ରେ ନେପାଳକୁ ଭେଟିବ ।

Leave A Reply

Your email address will not be published.