Latest Odisha News

୧୧ ତାରିଖରେ ହୀରାକୁଦରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ୱଲପୁର : ଆସନ୍ତା ୧୧ ତାରିଖରେ ହୀରାକୁଦରୁ ଛଡ଼ାଯିବ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ଦିନ ୧୧ଟାରେ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଏଥିପାଇଁ ତଳମୁଣ୍ଡର ୧୨ଟି ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାରର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ।

BjdElectrycity

କ୍ରମାଗତ ଭାବେ ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟାଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ନିଆଯାଇଛି । ବନ୍ୟା ଛଡାଯତବାକୁ ଥିବାରୁ ତଳିଆ ଅଞ୍ଚଳର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଏହାସହ ନଦୀ ଭିତରକୁ ଯିବାକୁ ବାରଣ କରାଯାଇଛି । ଏହାସହ ଡାକବାଜି ଯନ୍ତ୍ର ସହାୟତାରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯିବ ।

Leave A Reply

Your email address will not be published.